ଭାରତୀୟ ସେନାବାହିନୀ ରେ ଯୋଗଦେବାପାଇଁ ପ୍ରଶିକ୍ଷଣ ହେତୁ Army Recruit Making Institute (ARMI) – ଚାଲିଛି ନିଉ ବ୍ୟାଚ ଆଡମିଶନ

୧୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଓଡ଼ିଶା ତଥା କେନ୍ଦ୍ର ସରକାରଙ୍କର ସମସ୍ତ ପ୍ରକାରରର ସାମରିକ ତଥା ଅର୍ଦ୍ଧ ସାମରିକ ବାହିନୀରେ ଯୋଗଦେବା ପାଇଁ ଭୁବନେଶ୍ୱର ସ୍ଥିତ Army Recruit Making Institute (ARMI) ତାରଫରୁ ଯୁବକ ଯୁବତୀ ମାନଙ୍କୁ ମାଗଣାରେ ବିଭିନ୍ନ ପ୍ରକାରର Physical Training ଯୋଗାଇ ଦିଆ ଯାଉଛି Iଏହି ଅନୁଷ୍ଠାନ ଦୀର୍ଘ ପାଞ୍ଚ ବର୍ଷ ହେଲାଣି ବହୁତ ଯୁବକ ଯୁବତୀଙ୍କୁ ଇଣ୍ଡିଆନ Army/Navy/Airforce ତଥା ପାରାମିଲିଟାରୀ ଫୋରସ (CISF, BSF, ITBP, Assam Rifle etc) ଏବଂ ଓଡ଼ିଶା ପୋଲିସ ବିଭାଗର Sub Inspector/ Constable ପଦ ପଦବୀରେ ଯୋଗଦେବାର ଏକ ବଡ ଭୂମିକା ଗ୍ରହଣ କରିଛି I ଅନୁଷ୍ଠାନର Director ଶ୍ରୀଯୁକ୍ତ ପ୍ରବୀଣ କୁମାର ପ୍ରଧାନ (Ex Army) ତଥା ତାଙ୍କର ସହଯୋଗୀ ଅନୁଭବୀ ଶିକ୍ଷକମାନେ ଶାରିରୀକ ଶିକ୍ଷା ସହିତ  ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହେବାପାଇଁ ମଧ୍ୟ ଶିକ୍ଷା ଦେଇଥାନ୍ତି I ଓଡ଼ିଶାର ଯୁବ ପିଢିଙ୍କୁ ଦେଶରକ୍ଷା  ପାଇଁ ପ୍ରୋତ୍ସାହନାଦେବା ସହିତ ରୋଜଗାରର ପନ୍ଥା ଯୋଗାଇବାରେ ଭୂମିକା ଗ୍ରହଣ କରି  ଏକ ଉଦାହରଣ ପାଲଟି ଯାଇଛି ଏହି ARMI Academy.

Exit mobile version