ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ରେ କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତ ରେ ଆଧାର ଗ୍ରାମୀଣ ଭ୍ରାମ୍ୟ ରଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

୧୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଣପୁର :- ବାଣପୁର ବ୍ଲକ କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତ ରେ ଆଧାର ସେବା ଯୋଗେଇ ଦିଆଯାଇଛି, ଖୋର୍ଦ୍ଧା ଜିଲ୍ଲା ପାଳ କେ. ସୁଦର୍ଶନ ଚକ୍ରବତୀ ଙ୍କ ନିର୍ଦ୍ଧେଶ କ୍ରମେ ଆଧାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଆଧାର ବର୍ତମାନ ସମୟରେ ମୁଖ୍ୟ ପ୍ରମାଣ ପତ୍ର, ଆଧାର ସବୁ କାର୍ଯ୍ୟ ରେ ପ୍ରମାଣ ପତ୍ର ରେ ଲାଗୁଛି, ଯେମିତି ଗ୍ରାମ୍ୟ ଅଞ୍ଚଳ ର ଜନସାଧାରଣ ଅସୁବିଧାରେ ସମ୍ମୁଖିନ ହେବେ ନାହିଁ ଆଧାର ପାଇଁ ମାନ୍ୟବର ଜିଲ୍ଲା ପାଳ ଅତି ଉତମ ନିଷ୍ପତି ନେଇଛନ୍ତି, ଆଧାର ଗ୍ରାମୀଣ ଭ୍ରାମ୍ୟ ସେବା ରଥ କୁ ଉଦଘାଟନ କରିଥିଲେ ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ, କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତ ୧୭ ଗୋଟି ୱାର୍ଡ କୁ ନେଇ ଗଠିତ, ଅଧିକ ୱାର୍ଡ ହୋଇଥିବାରୁ ଜନସାଧାରଣ ମାନେ ଯେମିତି ଅସୁବିଧାରେ ସମ୍ମୁଖିନ ନ ହେବେ ବୋଲି ତିନୋଟି ଆଧାର ସେଣ୍ଟର ଖୋଲା ହୋଇଛି,

୧. କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତ

୨. ମଙ୍ଗଳ ପୁର

୩. ଗୋବିନ୍ଦ ପୁର

ଗ୍ରାମ୍ୟ ଅଞ୍ଚଳ ଗୁଡ଼ିକରେ ଆଧାର ପାଇଁ ବିଭିନ୍ନ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ଜନସାଧାରଣ ମାନେ, ଆଧାର ସଂଶୋଧନ,ନୂତନ ଆଧାର , କରିବାଲାଗି ପଞ୍ଚାୟତ ରେ ଆଧାର କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି, ପଞ୍ଚାୟତ ଗ୍ରାମ ସେବକ ନୃସିଂହ ଚରଣ ଜେନା , ଏବଂ ସରପଞ୍ଚ ଶ୍ରୀମତୀ ସରୋଜିନୀ ପ୍ରଧାନ , ଜି ଆର ଏସ୍ ଶ୍ରୀମତୀ ବନ୍ଦନା ପ୍ରଧାନ ଙ୍କ ତତ୍ତ୍ୱ ଅବଧାନ ରେ ଯୋଗ ଦେଇଥିଲେ .ନାଏବ ସରପଞ୍ଚ ବ୍ୟୋତ୍ କେଶ ମହାପାତ୍ର, ଗ୍ରାମ ପଞ୍ଚାୟତ ସଭାପତି ନବ କିଶୋର ସ୍ବାଇଁ, ଯୁବ ସଂଗଠକ ଦିଲ୍ଲୀପ କୁମାର ପ୍ରଧାନ, ବସନ୍ତ ସାହୁ, ସମାଜ ସେବୀ ବିଷ୍ଣୁ ଚରଣ ତରାଇ, ଯୁବ ସଂଗଠକ ଆଲୋକ କୁମାର ପ୍ରଧାନ, ୱାର୍ଡ ମେମ୍ବର ଦ୍ରୁଯୋ ଧନ ପରିଡା, ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମା ମାନେ ଆଦି ଯୋଗ ଦେଇଥିଲେ, ପଞ୍ଚାୟତ ର ଜନସାଧାରଣ ମାନେ ଜିଲ୍ଲାପାଳ ଏବଂ ସରପଞ୍ଚ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Exit mobile version