ନୂତନ ଵି.ଡି.ଓ ଙ୍କୁ ସ୍ୱାଗତ ଜଣାଇ ସାକ୍ଷାତ କରିଥିଲେ : ବାଣପୁର ବ୍ଲକ ର ସମସ୍ତ ଵିଜୁ ଜନତା ଦଳର ଛାମୁଆଁ ନେତା

୧୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଣପୁର :- ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ରେ ନୂତନ ଵି .ଡି. ଓ ଶ୍ରୀମତୀ ଶୀତଳ ଅଗ୍ରୱାଲ ଦାୟିତ୍ୱ ଗ୍ରହଣ କରିଥିଲେ, ବାଣପୁର ବ୍ଲକ ର ସମସ୍ତ ଵିଜୁ ଜନତା ଦଳ ର ଛାମୁଆଁ ନେତା ମାନେ ଵି ଡି ଓ ଡମ୍ୟାଡମ୍ ଙ୍କୁ ସ୍ୱାଗତ ଜଣାଇ ସାକ୍ଷାତ କରି ବାଣପୁର ବ୍ଲକ ଅଧୀନ ରେ ଥିବା ୧୭ ଗୋଟି ପଞ୍ଚାୟତ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଆଲୋଚନା କରିଥିଲେ.ଖୋର୍ଦ୍ଧା ଜିଲ୍ଲା ଵିଜୁ ଜନତା ଦଳ ର ସଧାରଣ ସମ୍ପାଦକ ତଥା ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ,ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀଯୁକ୍ତ ଗୋପୀନାଥ ମହାରଣା, ବାଣପୁର ବ୍ଲକ ସାଂସଦ ପ୍ରତିନିଧି ଯଦୁ ପ୍ରଧାନ,ନନ୍ଦପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ,ତୁମୁରାପୁଟ୍ ଗ୍ରାମପଞ୍ଚାୟତ ସରପଞ୍ଚ ଅକ୍ଷୟ ସେଠୀ,ତୋରସିଂହ ଗ୍ରାମ ପଞ୍ଚାୟତ ସରପଞ୍ଚ ଆକାଶ ପ୍ରଧାନ, ଗମ୍ଭାରୀ ମୁଣ୍ଡା ସରପଞ୍ଚ ପ୍ରତିନିଧି ପପୁ ଭାଇ, ବାଣପୁର ବ୍ଲକ ପୂର୍ବତନ ଉପାଦକ୍ଷ ଶ୍ରୀଯୁକ୍ତ ଅଜୟ ରାଉଳ, ଵିଜୁ ଜନତା ଦଳ ର ଯୁବ ସଂଗଠକ ଶ୍ରୀଯୁକ୍ତ ପ୍ରକାଶ ମହାପାତ୍ର, ଗାଲୁଆ ଗ୍ରାମ ପଞ୍ଚାୟତ ର ବରିଷ୍ଠ ଯୁବ ସଂଗଠକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ସାମନ୍ତରାୟ, ବାଣପୁର ବ୍ଲକ ଛାତ୍ର ସଭାପତି ନିଲେସ୍ ବରାଳ ଏବଂ କର୍ମୀ .

 

Exit mobile version