ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀ ତଥା ଆଶା କର୍ମୀ ଏ ନେଇ ମେଡିକାଲ୍ ଟିମକୁ ଅବଗତ କରିବାରେ ବିଳମ୍ବ କରିଥିଲେ ସଫେଇ ଦେଇଥିଲେ ସ୍ବାସ୍ଥ୍ୟ ବିଭାଗ ।
୧୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ମୋହନା ବ୍ଲକ୍ ଡୁଣ୍ଡ୍ରମ୍ ଗାଁରେ ୧୧ ଜଣ ମିଳିମିଳାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୦ ଜଣ ଶିଶୁ ଅଛନ୍ତି । ଖବର ପାଇ ଆଜି ଗାଁରେ ୪ ଜଣିଆ ମେଡିକାଲ୍ ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି ।
ସପ୍ତାହେ ହେଲାଣି ଗାଁରେ ମିଳିମିଳା ବ୍ୟାପୀ ଥିଲେ ହେଁ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ତଥା ଆଶା କର୍ମୀ ଏ ନେଇ ମେଡିକାଲ୍ ଟିମକୁ ଅବଗତ କରିବାରେ ବିଳମ୍ବ କରିଥିଲେ । ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ବଢ଼ିଯାଇଛି । ମେଡିକାଲ୍ ଟିମ୍ ଗାଁରେ ପହଞ୍ଚି ମିଳିମିଳା ଆକ୍ରାନ୍ତଙ୍କୁ ଭିଟାମିନ ସହ ଆବଶ୍ୟକୀୟ ଔଷଧ ଦେଇଛି । ମେଡିକାଲ ଟିମ୍ ସ୍ଥିତି ଉପରେ ସଂପୂର୍ଣ୍ଣ ନଜର ରଖିଥିବା ଡାକ୍ତର ଗୋପାଳ ସାହୁ କହିଛନ୍ତି ।
