ଲଷ୍ମୀ ନୃସିଂହ ଠାକୁର ଯାତ୍ରା କମିଟିର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ। ସଭାପତି ଶିଵଶଙ୍କର,ସମ୍ପାଦକ ଦାରୁଣ

୧୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ସ୍ଥିତ ଜିରିଙ୍ଗିପଡା ଲଷ୍ମୀ ନୃସିଂହ ମନ୍ଦିର ଠାରେ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଓଁ ଶ୍ରୀ ଶ୍ରୀ ଲଷ୍ମୀ ନୃସିଂହ ନାଥ ଠାକୁର ଙ୍କର ୨୪ ତମ ଜନ୍ମତ୍ସବ ଚନ୍ଦନ ଯାତ୍ରା ପାଳନ ନିମନ୍ତେ ଗତକାଲି କାଲି ତା 9-4-23-ରିଖ ସନ୍ଧ୍ୟା 7 ଘଣ୍ଟା ସମୟରେ ଗ୍ରାମ କମିଟି ସଭାପତି ସୁଜିତ ବେହେରା ଙ୍କର ନେତୃତ୍ୱରେ ଠାକୁର ଙ୍କର ମନ୍ଦିର ସମ୍ମୁଖରେ ନୂତନ ପରିଚାଳନା କମିଟି ଗଠନ ସହ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସର୍ବସନ୍ନମତିକ୍ରମେ ସଭାପତି ଭାବେ ଶିଵ ଶଙ୍କର ବେହେରା ମନୋନୀତ ହୋଇଥିବା ବେଳେ ଉପ ସଭାପତି ଭାବେ ମନୋଜ କଁହର,କାର୍ଯ୍ୟକାରୀ ସଭାପତି ଭାବେ କରମ ବେହେରା, ସାଧାରଣ ସମ୍ପାଦକ ଭାବେ ଦାରୁଣ ବେହେରା,ସହ ସମ୍ପାଦକ ଭାବେ ନୀଳକଣ୍ଠ ନାୟକ,ସାଂସ୍କୃତିକ ସମ୍ପାଦକ ଭାବେ ବୈଦ୍ୟନାଥ ନାୟକ, ସହ ସାଂସ୍କୃତିକ ସମ୍ପାଦକ ଭାବେ ପାଞ୍ଚିଲି ବେହେରା । ମନୋନୀତ ହୋଇଥିଲେ । ଯାତ୍ରା କୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା । କମିଟିର ସଦସ୍ୟ ଭାବେ ରବୀନ୍ଦ୍ର ଷଡଙ୍ଗୀ,କିଚକ ନାୟକ, ନିରଞ୍ଜନ ନାୟକ, ମନୋଜ ନାୟକ,ବିକାଶ କଁହର,ରବୀନ୍ଦ୍ର କଁହର,ଜୟନ୍ତ କୁମାର ବେହେରା,ସଞ୍ଜୀବ ବେହେରା,ତରଣୀସେନ ବେହେରା,ଟାଇ ନାୟକ,ଶିବା ନାୟକ ଏବଂ ଓଁମ ବେହେରା, ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଭାବେ ପାର୍ଥ ସାରଥୀ ବିଶ୍ୱାଳ, ରମେଶ ଚନ୍ଦ୍ର ମହାନ୍ତି,ସୁଜିତ କୁମାର ବେହେରା,ବଳଦେବ ବେହେରା, ଭାସ୍କର କଁହର, ପଙ୍କଜ ବେହେରା, ଦିନେଶ ବେହେରା,ଦିଲ୍ଲୀପ ନାୟକ,ବାବୁଲା ବେହେରା ,ସୁଶାନ୍ତ ନାୟକ ପ୍ରମୁଖ ମନୋନୀତ ହୋଇଥିଲେ। ପରିଚାଳନା କମିଟି ପକ୍ଷରୁ ଲଷ୍ମୀ ନୃସିଂହ ଠାକୁର ଙ୍କର ଜନ୍ମ ଦିବସ ଯାତ୍ରା ତା 4-5-23 ରିଖ ଠାରୁ ଆରମ୍ଭ ହେବ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯାତ୍ରା ଶାନ୍ତି ଶୃଙ୍ଖଳା ର 15 ଦିନ ଧରି ଅନୁଷ୍ଠିତ ହେବ ବୋଲି ନୂତନ ସଭାପତି ଶ୍ରୀ ବେହେରା ସୂଚନା ଦେଇଥିଲେ।

Exit mobile version