ହାଡ଼ବାଇ ଯାତ୍ରା ମହୋତ୍ସବର ଦ୍ୱିତୀୟ ଦିନର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

୧୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମର ପରମ ବୈଷ୍ଣବୀ ମା, ହାଡ଼ବାଇଙ୍କ ଯାତ୍ରା ମହୋତ୍ସବ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ସୋମବାର ଥିଲା ଦ୍ୱିତୀୟ ଦିବସ ।ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯାତ୍ରା ମହୋତ୍ସବ କମିଟିର ଚେୟାରମ୍ୟାନ ଶିଶିର ରାଉତରାୟଙ୍କ ସଭା ପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ, ଗ୍ରାମ୍ୟ କମିଟିର ଉପ ସଭାପତି ବିକ୍ରମ ଶତପଥୀ ସଭା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ଼ାକ୍ତର କୃପାସିନ୍ଧୁ ପଣ୍ଡା ମୁଖ୍ୟ ଅତିଥି, ପ୍ରରଣା ନନ୍ଦ ଦାସ ମନୁ ଭାଇ ମୁଖ୍ୟ ବକ୍ତା , କମିଶନରେଟ ପୋଲିସ ଯୋନ ୪ ଏସିପି ଚନ୍ଦନ ଘଡେଇ, କଟକ ସଦର ଆଇଆଇସି ରଶ୍ମୀରଞନ ମହାପାତ୍ର, ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ଗିରିଶ ଚନ୍ଦ୍ର ମିଶ୍ର ,ରାଜେଶ ପଟାଡିଆ, ପୂର୍ବତନ ସରପଞ୍ଚ ପିତବାସ ମହାପାତ୍ର, କାର୍ଯ୍ୟକାରି ସଭାପତି ତ୍ରୈଲୋକ ପ୍ରଧାନ, କେଦାର ନାଥ ସିଂ ପ୍ରମୁଖ , ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାଖ ପଡୋଶୀଙ୍କ ସହିତ ସୁସଂପର୍କ ରଖିଥିବା ସହିତ ଭାଇଚାରା ବଜାଇ ରଖିବା ପାଇଁ ପ୍ରତ୍ୟେକ ଗ୍ରାମର ସଭାପତି, ସଂପାଦକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ପ୍ରତାପନଗରୀ, ଭାଣପୁର ,ପାଇକସାହି, ଡାହାଳିବାଗ , ରାମନଗର,ତେଲଙ୍ଗାପେଣ୍ଠ ବଜାର କମିଟି, ନଛିପୁର, କାଜିପୁର ଅମଣିଆଗୋରଡା, ଅଢ଼ଙ୍ଗଡିହ, କୋଠସାହି, କୁମ୍ଭରାଜପୁର, ନୂଆ ପାଟଣା,କାଜିପୁର, ସଇନ୍ଧା, ବାଲିସାହି, ବମ୍ଫକୁଦ, ମୁଗଭଙ୍ଗା, ନୂଆ କାଚରାମାଳ, ପୁରୁଣା କାଚରାମାଳ ଆଦି ଗ୍ରାମର ସମସ୍ତ ସଭାପତି ସଂପାଦକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଗ୍ରାମ୍ୟ ଉନ୍ନୟନ କମିଟିର ସଂପାଦକ ବିଜୟ ରାଉତରାୟ ଧନ୍ୟବାଦ ଦେଇଥିଲେ । ଏଥିରେ ନୂଆ ଗଡ଼ର ସମସ୍ତ ମୁରବୀ ଯୁବକ ମାନେ କାର୍ଯ୍ୟକ୍ରମକୁ ପରିଚାଳନେ ସହଯୋଗ କରିଥିଲେ ।

Exit mobile version