ନେକ୍ସା ସାଇବର୍‌ସିଟିରେ ମାରୁତି ସୁଜୁକି ଜିମ୍‌ନିର ସ୍ୱତନ୍ତ୍ର ପ୍ରଦର୍ଶନ

୧୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ନେକ୍ସା ସାଇବର୍‌ସିଟିରେ ମାରୁତି ସୁଜୁକି ଜିମ୍‌ନିକୁ ସ୍ୱତନ୍ତ୍ର ଭାବେ ପ୍ରଦର୍ଶିତ କରାଯାଇଛି । ଜ୍ୟୋତି ଗ୍ରୁପ୍‌ର ଏମ୍‌ଡି ଶ୍ରୀ ଦେବଜ୍ୟୋତି ପଟ୍ଟନାୟକ ଓ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ (ଏମ୍‌ଏସ୍‌ଆଇଏଲ୍‌)ର ଆର୍‌ଏମ୍ ଶ୍ରୀ କାର୍ତିକ ରାଜାଙ୍କ ଉପସ୍ଥିତିରେ ଜିମ୍‌ନିକୁ ପ୍ରଦର୍ଶିତ କରାଯ।ଇଛି । ୨୦୨୩ ଏପ୍ରିଲ୍ ୯ ଓ ୧୦ ତାରିଖ ଦୁଇ ଦିନ ପାଇଁ ଭୁବନେଶ୍ୱରର ନେକ୍ସା ସାଇବର୍‌ସିଟିରେ ଜିମ୍‌ନି ସ୍ୱତନ୍ତ୍ର ଭାବେ ପ୍ରଦର୍ଶିତ କରାଯାଇଛି ।ଛୋଟ କାର୍ ବର୍ଗରେ ଅଗ୍ରଣୀ ମାରୁତି ସୁଜୁକି ଏହାର ମଧ୍ୟମ ଆକାର ଏସ୍‌ୟୁଭି ଜିମ୍‌ନି ଜରିଆରେ ବିଜୟୀ ହେବା ଏବଂ ଅଧିକ ବଜାର ଅଂଶ ହାସଲ କରିବା ଉପରେ ଗୁରୁତ୍ୱାରୋପ କରିଛି । ଜିମ୍‌ନିକୁ କଂପାନି ଏହାର ପ୍ରଥମ ଅଫ୍‌-ରୋଡ୍ ଗାଡି ଭାବେ ଡିଜାଇନ୍ କରିଛି । ଏଥିରେ ରହିଛି ୧୦୫ ଏଚ୍‌ପି, ୧.୫ ଲିଟର କେ୧୫ବି ପେଟ୍ରୋଲ୍ ଇଂଜିନ୍ ଯେଉଁଥିରେ ରହିଛି ୫ ସ୍ପିଡ୍ ମାନୁଆଲ୍ କିମ୍ବା ୪ ସ୍ପିଡ୍ ଟର୍କ କନଭର୍ଟର ଅଟୋମେଟିକ୍ ଟ୍ରାନ୍ସମିସନ । ଜିମ୍‌ନି ଅଫ୍‌ରୋଡ୍ ଗିୟରରେ ଏଥିରେ ରହିଛି ସୁଜୁକିର ଅଲ୍ ଗ୍ରିପ ପ୍ରୋ ୪ଡବ୍ଲୁଡି ବ୍ୟବସ୍ଥା ସହିତ ଏକ ମାନୁଆଲ୍ ଟ୍ରାନ୍ସଫର କେସ୍ ଏବଂ ୨ଡବ୍ଲୁଡି,-ହାଇ, ୪ଡବ୍ଲୁଡି-ହାଇ ଓ ୪ଡବ୍ଲୁଡି-ଲୋ ମୋଡ୍ ଥିବା ଏକ ଲୋ-ରେଂଜ୍‌ର ଗିୟରବକ୍ସ । ଏଥିରେ ରହିଛି ଏକ ଶକ୍ତ ଲାଡର-ଫ୍ରେମ୍ ଚେଚିସ୍ । ଜିମ୍‌ନି ହେଉଛି ନେକ୍ସା ପୋର୍ଟଫୋଲିଓରେ ଯୋଡ଼ି ହୋଇଥିବା ସଦ୍ୟତମ ଉତ୍ପାଦ ଯେଉଁଥିରେ ସିଗ୍ନେଚର ଡିଜାଇନ୍ ଇଆନ୍ ଗଜ୍‌, କ୍ରାଫ୍ଟେଡ୍ ଫ୍ୟୁଚରିଜମ୍ ରହିଛି ।

 

ଏହାର ଡିଜାଇନ୍ ଦର୍ଶନ ତିନିଟି ସ୍ତମ୍ଭ ଉପରେ ପର୍ଯ୍ୟବେସିତ :-

ନେକ୍ସପ୍ରେସନ :- କଳାତ୍ମକ ଭାବେ ପ୍ରସ୍ତୁତ କରାଯାଇଥିବା ବାହାର ଡିଜାଇନ୍‌, ସଠିକତାର ଗଠନଶୈଳୀ ।

ନେକ୍ସଟେକ୍‌ :- ନୂଆ ପିଢ଼ିର ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିବା ଏବଂ ସେମାନଙ୍କୁ ଉଲ୍ଲସିତ କରିବା ଲାଗି ବୈପ୍ଳବିକ ପ୍ରଯୁକ୍ତି ।

ନେକ୍ସପେରିଏନ୍ସ :- ଏକ ନେକ୍ସା ଗାଡ଼ିକୁ ଆଗକୁ ଚଲାଇବା ଲାଗି ବାସ୍ତବ ଅନୁଭୂତି ।

ସାରା ଓଡ଼ିଶାରେ ଥିବା ମାରୁତି ସୁଜୁକିର ପ୍ରିମିୟମ୍ ରିଟେଲ୍ ନେଟ୍‌ୱର୍କ ନେକ୍ସା ମାଧ୍ୟମରେ ଜିମ୍‌ନିକୁ ବିକ୍ରି କରାଯିବ । ଏହାର ଉନ୍ମୋଚନ ପୂର୍ବରୁ ଜ୍ୟୋତି ଗ୍ରୁପ୍‌ର ନେକ୍ସା ଟିମ୍ ଗ୍ରାହକଙ୍କ ଠାରୁ ଜବରଦସ୍ତ ସମର୍ଥନ ହାସଲ କରିଛି । ଏହି ପ୍ରଦର୍ଶନ କାର୍ଯ୍ୟକ୍ରମ ପରେ ବୁକିଂରେ ଉଲ୍ଲେଖନୀୟ ବୃଦ୍ଧି ହେବ ବୋଲି ଆଶା କରାଯାଉଛି ।

Exit mobile version