
୧୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ବଡ଼ପଦା ଗ୍ରାମ ପଞ୍ଚାୟତ ସ୍ଥିତ ମଣ୍ଡଳୀ ଚର୍ଚ୍ଚ ପଡ଼ିଆରେ ବଡ଼ପଦା ପଞ୍ଚାୟତ ସହଯୋଗରେ ଶ୍ରୀକାକୁଲମ ସ୍ଥିତ “କିମ୍ସ ହସ୍ପିଟାଲ” ଦ୍ଵାରା ମାଗଣା ସ୍ବାସ୍ଥ୍ୟ ସେବା ଶିବିରଟି ଅନୁଷ୍ଠିତ ହୋଇଅଛି । ଏହି ପରିପ୍ରେକ୍ଷୀରେ ସରପଞ୍ଚ ଶ୍ରୀମତୀ ପ୍ରିୟଙ୍କା ପାଣି ରିବନ କାଟି ସ୍ବାସ୍ଥ୍ୟ ସେବା ଶିବିର ଟିର ଶୁଭ ଆରମ୍ଭ କରିଥିଲେ । ପଞ୍ଚାୟତ ସମିତି ସଭ୍ୟ ମାନୁଏଲ ଛିଞ୍ଚାଣୀ, ନାଏବ ସରପଞ୍ଚ ପ୍ରିଙ୍କି ଛିଞ୍ଚାଣୀ ଏବଂ ସମସ୍ତ ୱର୍ଡସଭ୍ୟ ସମେତ ପୂର୍ବତନ ୱର୍ଡସଭ୍ୟ ସଞ୍ଜିବ ବେବର୍ତ୍ତା, ସୂର୍ଯ୍ୟ ଛିଞ୍ଚାଣୀ ଓ ସଂଜିତ ପାଣି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । “କିମ୍ସ ହସ୍ପିଟାଲ”ର ଡଃ. ରାମଣା ରାଓ (ଏମ୍.ଏସ.ଜେନେରାଲ ସର୍ଜନ) ଓ ଡଃ.ସ୍ଵାତ୍ତିକ (ଏମବିବିଏସ୍) ଏବଂ ଏମ୍.ମନୋହର(ମାର୍କେଟିଂ ମ୍ୟାନେଜର) ସମେତ ନଅ ଜଣିଆ ଦଳ ଏହି ଶିବିର କାର୍ଯ୍ୟଟିକୁ ତଦାରଖ କରିଥିଲେ । ଉକ୍ତ ଶିବିର ସକାଳ ୧୦ଘ.ଠାରୁ ଅପରାହ୍ନ ୨ଘ.ଯାଏଁ ଲାଗି ରହିଥିଲା । ଏଥିରେ ଖଜୁରୀପଦା,କେ ଝାଲରସିଂ,ନୂଆଗଡ଼,ବଡ଼ପଦା,ତିତିସିଂ ଓ ତାବରଡ଼ା ପଞ୍ଚାୟତର ମୋଟ ପନ୍ଦରଖଣ୍ଡ ଗ୍ରାମର ୨୧୧ଜଣ ରୋଗିଙ୍କୁ ପରିକ୍ଷା କରି ଇସିଜି,ବିପି,ସୁଗେର ଟେଷ୍ଟ ସହ ମାଗଣା ଔଷଧ ବଣ୍ଟନ କରାଯାଇଥିଲା । ଏହି ଶିବିରରେ ଅତ୍ୟଧିକ ଉତ୍ତମ ଚିକିତ୍ସା ଆବଶ୍ୟକ ଥିବା ରୋଗିଙ୍କୁ ଓଡ଼ିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କାର୍ଡ ଯୋଗେ ଶ୍ରୀକାକୁଲମ ସ୍ଥିତ “କିମ୍ସ ହସ୍ପିଟାଲ”ରେ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବା କଥା ସୂଚନା କରାଗଲା ।

