
୧୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର.ଉଦୟଗିରି :- ଡ଼ାବରାଗୁଡ଼ା ଛେଳାଗଡ ଗ୍ରାମ ସେବାଶ୍ରମ ଓ ଛେଳାଗଡ ପ୍ରଥମିକ ଉଚ୍ଚ ବିଦ୍ୟାଳୟରେ ବାଲସଭା କାର୍ଯ୍ୟକ୍ରମ ଡ଼ାବରାଗୁଡ଼ା ସରପଞ୍ଚ ଜିକରିୟ ରଇତ ଓ ଛେଳାଗଡ ସରପଞ୍ଚ ଡାଳିମ୍ବୂ ଗମଇଙ୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ଡ଼ାବରାଗୁଡ଼ା ପ୍ରଧାନ ଶିକ୍ଷକ ପଞ୍ଚୁ ନାରାୟଣ ଦଳାଇ ଓ ଛେଳାଗଡ ସନ୍ତୋଷ ପାତ୍ର ସହକାରୀ ଶିକ୍ଷକ ଶେଖର ପ୍ରସାଦ ପଣ୍ଡା, ନାଏବ ସରପଞ୍ଚ ଜୟନ୍ତୀ ରାଣୀ ସିଂ ଛେଳାଗଡ ସହକାରୀ ଶିକ୍ଷକ ଲାବାଣ୍ୟ ମଣ୍ଡଳ , ସମିତି ସଭ୍ୟ ଶିବାନୀ ବେହେଦଳାଇ, ନିର୍ବାହୀ ଅଧିକାରୀ ଶଶାଙ୍କ ଶେଖର ସୁବୁଦ୍ଧି, ଓ୍ୱାର୍ଡ ସଭ୍ୟା ସଭ୍ୟ ଉପସ୍ଥିତ ଥିଲେ ନିର୍ବାହୀ ଅଧିକାରୀ ବାଲସଭା ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ ବୁଝାଇବା ସହ ଜଣେ ବାଳିକା ଓ ବାଳକ କିପରି ଭବିଷ୍ୟତରେ ଜଣେ ସୁଶିକ୍ଷିତ ନାଗରିକ ହୋଇପାରିବେ ଏବଂ ଶିକ୍ଷା ଗ୍ରହଣ ସମୟରେ ଶିକ୍ଷାକୁ କିପରି ଉତ୍ତମ ଭାବେ ପଢ଼ି ବୁଝିପାରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ବିଦ୍ୟାଳୟର ଅଭାବ ଅସୁବିଧା ଗୁଡ଼ିକର କୁପ୍ରଭାବ କିପରି ବାଳିକା ବାଳକମାନଙ୍କ ଉପରେ ନ ପଡ଼ିବ ସେଥିପ୍ରତି ଧ୍ୟାନ ଦେବା ପ୍ରଧାନ ଶିକ୍ଷକ ଓ ସରପଞ୍ଚଙ୍କୁ ଅବଗତ କରାଇଥିଲେ ଆଜିର ବାଳିକା ବାଳକ ଆଗାମୀ ଦିନରେ ଦେଶର ନାଗରିକ ହୋଇ ସୁସ୍ଥ, ଶିକ୍ଷିତ, ସମାଜ ଗଠନ କରିବାରେ ସହାୟକ ହେବେ ଏଣୁ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ସହ ପିଲାଙ୍କ ନିମନ୍ତେ ଉଦ୍ଦିଷ୍ଟ ସମୟ ଯୋଜନା ଗୁଡ଼ିକର ସଠିକ୍ ପରିଚାଳନା କରାଯାଇପାରିବ ସେନେଇ ଆଲୋଚନା ହୋଇଥିଲା ଏଥିସହ ବିଦ୍ୟାଳୟ ପରିବେଶରେ ବର୍ଜ୍ୟବସ୍ତୁ ପରିଚାଳନା, ସ୍ବଚ୍ଛ ପିଇବା ପାଣି ବ୍ୟବସ୍ଥା, ଖେଳ ପଡ଼ଇା ଅଭାବ ଦୂରୀକରଣ, ପୁଅ ଓ ଝିଅମାନଙ୍କ ପରିଶ୍ରାଗାର ଓ ଗାଧୁଆ ଘର ସହ ପାଇଖାନାର ଉନ୍ନତିକରଣ ନେଇ ଆଲୋଚନା ହୋଇଥିଲା

