ମା,ହାଡ଼ବାଇଙ୍କଯାତ୍ରା ମହୋତ୍ସବ ଉଦଘାଟିତ

୯ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- କଟକ ସଦର ଥାନା ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ପରମ ବୈଷ୍ଣବୀ ମା,ହାଡ଼ବାଇଙ୍କ ଯାତ୍ରା ମହୋତ୍ସବ-୨୦୨୩ ରବିବାର ରାତି ୧୦ ଟାରେ ଉଦଘାଟିତ ହୋଇଥିଲା । ଉକ୍ତ ଉତ୍ସବକୁ ପ୍ରଦୀପ ପ୍ରଜ୍ୱଳନ କରି ମୁଖ୍ୟ ଅତିଥି କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯାତ୍ରା ପରିଚାଳନା କମିଟିର ଚେୟାରମ୍ୟାନ ଶିଶିର କୁମାର ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିକ୍ରମ ଶତପଥି ସଭା ପରିଚାଳନା କରିଥିଲେ । ପ୍ରଥମେ ଗ୍ରାମ୍ୟ କମିଟିର ସକ୍ରୀୟ ସଦସ୍ୟ ଜଗନ୍ନାଥ ନାୟକଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇ ସମ୍ବର୍ଦ୍ଧନା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଗ୍ରାମ୍ୟ ଉନ୍ନୟନ କମିଟିର ସଂପାଦକ ବିଜୟ କୁମାର ରାଉତରାୟ ବିବରଣୀ ପାଠ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ରାଜ୍ୟ ବିଜୁ ମହିଳା ଦଳର ସାଧାରଣ ସଂପାଦକ ରାଜକୁମାରୀ ସ୍ୱାଇଁ, କଟକ ନଗର ବିଜେଡି ସଂପାଦକ ସୁଶାନ୍ତ କୁମାର ମହାନ୍ତି, ପୂର୍ବତନ କର୍ପୋରେଟର କୌଶିକ୍ ଜେନା, କଟକ ସଦର ବ୍ଲକ ବିଜେଡ଼ି ସଭାପତି ପ୍ରମୋଦ ମହାପାତ୍ର, ପୂର୍ବତନ ସରପଞ୍ଚ ପିତବାସ ମହାପାତ୍ର, ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଯତିନ୍ଦ୍ର ନାଥ ଶତପଥୀ, କାର୍ଯ୍ୟକାରୀ ସଭାପତି ତୈଲୋକ ପ୍ରଧାନ, ସନ୍ତୋଷ କୁମାର ଲେଙ୍କା, ସଦାଶିବ ମହାନ୍ତି, ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଉତ୍ସବରେ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଯାତ୍ରା ପରିଚାଳନା କମିଟି ପକ୍ଷରୁ ଗତ ହାଇସ୍କୁଲ ମାଟ୍ରିକ ପରୀକ୍ଷାରେ ଅଧିକ ନମ୍ବର ରଖି ଉତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅପେରା ପାର୍ଟି ପକ୍ଷରୁ ଅପେରା ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଯାତ୍ରା କମିଟିର ସମସ୍ତ ସଦସ୍ୟ ଏବଂ ଗ୍ରାମର ଯୁବକ ମାନେ ସହଯୋଗ କରିଥିଲେ । ଯାତ୍ରାରେ ଶାନ୍ତି ସୃଙ୍ଖଳା ରକ୍ଷା କରିବା ପାଇଁ କଟକ ସଦର ଥାନା ପକ୍ଷରୁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

 

 

Exit mobile version