କାମ୍ପୁଗୁଡା ଗ୍ରାମରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଉସ୍ଚବରେ ଯୋଗଦେଲେ ଜିଲ୍ଲା ବିଜେଡ଼ି ସଭାପତି

୯ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଶିକୁଳିପଦର ଗ୍ରାମ ପଞ୍ଚାୟତର କାମ୍ପୁଗୁଡ଼ । ଗ୍ରାମରେ ବାଲିବାଡ଼ ଏରିଆର ୧୮ ଖଣ୍ଡ ଗ୍ରାମର ଜନସାଧାରଣ ଏକତ୍ରୀତ ହୋଇ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଉତ୍ସବ ବହୁ ଆଡ଼ମ୍ବରରେ ପାଳନ କରାଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ସମ୍ନାନିତ ଅଥିତି ଭାବେ ମୋହନା ବ୍ଲକ୍ ଅଧ୍ୟକ୍ଷ ରଞ୍ଜିବ ଶବର,ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଚେୟାରମ୍ୟାନ ମରିୟମ ରଇତ ,ଏସ୍,ଡି,ସି ମେମ୍ବର ହାଡ଼ିଆ କନ୍ଧ,ବାଲିମା ଶବର,ସୁନିତା ଦଳବେହେରା,ସ୍ଥାନୀୟ ସରପଞ୍ଚ, ତଥା ୧୮ ଖଣ୍ଡ ଗ୍ରାମର ଚାଳକ ଚାଳକାଣି, ପାଳକ ଗଣ,ତଥା ବହୁ ଖ୍ରୀଷ୍ଟ ବିଶ୍ୱାସ ବିଶ୍ୱାସିନୀ,ତଥା କର୍ମକରତା ଉପସ୍ଥିତ ଥିଲେ । ଜିଲ୍ଲା ସଭାପତି ତାଙ୍କ ଅଭିଭାଷଣ ରେ କହିଛନ୍ତି ଯେ ଦୟାକରି ମନ୍ଦିର ,ଚର୍ଚ ଏଭଳି ଧର୍ମ । ନୁଷ୍ଠାନ ଗୁଡିକ ରେ ରାଜନୀତି କରନ୍ତୁ ନାହିଁ । ନିଜ ନିଜ ଭିତରେ ଶାନ୍ତି ଶୃଙ୍ଖଳା ରକ୍ଷା କରି ଏଭଳି ଧର୍ମାନୁଷ୍ଠାନ ଗୁଡିକ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ ବୋଲି କହିଛନ୍ତି ।ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି ବକ୍ତବ୍ୟ ଶେଷ କରିଛନ୍ତି ।

 

Exit mobile version