Home ଓଡ଼ିଶା ଡିଲେଶ୍ଵର ରଣାଙ୍କ ଉପନ୍ୟାସ ‘ମେଳିଭୂଇଁ’ ଲୋକାର୍ପିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୯ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- ରେଣ୍ଡୋ ମାଝୀ କେବଳ କଳାହାଣ୍ଡିର ସ୍ୱାଭିମାନ ନୁହନ୍ତି, ସାରା ଭାରତର ସ୍ୱାଭିମାନ । ତାଙ୍କର ତ୍ୟାଗପୂତ ବଳିଦାନ ସମଗ୍ର ଯୁବ ପିଢ଼ି ପାଇଁ ପ୍ରେରଣାଦାୟୀ । ତେଣୁ ସେହି ମହାନ ସଂଗ୍ରାମୀଙ୍କୁ ଆମେ ସମସ୍ତେ ଯଥେଷ୍ଟ ସମ୍ମାନ ଦେବାର ଆବଶ୍ୟକତା ଅଛି ବୋଲି ଉପନ୍ୟାସ ‘ମେଳିଭୂଇଁ’ର ଲୋକାର୍ପଣ ଉତ୍ସବରେ ଅତିଥିମାନେ ମତପ୍ରକାଶ କରିଛନ୍ତି । ଯୁବ କଥାକାର ଡିଲେଶ୍ଵର ରଣାଙ୍କ ପ୍ରଧାନମନ୍ତ୍ରୀ ୟୁବା ମେଣ୍ଟର୍ସିପ୍ ପ୍ରାପ୍ତ ଉପନ୍ୟାସ ‘ମେଳିଭୂଇଁ’ର ଲୋକାର୍ପଣ ଉତ୍ସବ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଯୁବ ସଂସ୍କାର ହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜୀବନଶୈଳୀ ଓ ସାହିତ୍ୟକୁ ନେଇ କାର୍ଯ୍ୟରତ ଅନୁଷ୍ଠାନ ଲାଇଫରେଚର୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି କର୍ଣ୍ଣେଲ ପ୍ରଫେସର ସଞ୍ଜୟ କୁମାର ଶତପଥୀ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳସଚିବ ପୀତାମ୍ବର ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, କଳାହାଣ୍ଡି ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ତଥା ବିଶିଷ୍ଟ ଲେଖିକା ଡ. ପଲ୍ଲୀଶ୍ରୀ ପଟ୍ଟନାୟକ, ବିଶିଷ୍ଟ ଭାଷାବିତ୍ ତଥା ସାହିତ୍ୟିକ ପରମେଶ୍ଵର ମୁଣ୍ଡ ଯୋଗ ଦେଇଥିଲେ । ବିଶିଷ୍ଟ ବାଗ୍ମୀ ତଥା ଶିକ୍ଷାବିତ ସତ୍ୟନାରାୟଣ ମୁଣ୍ଡଛିନା ସଭାପତିତ୍ୱ କରିଥିବା ବେଳେ ସଭା ପରିଚାଳନା କରିଥିଲେ ଲାଇଫରେଚର୍ ଆବାହକ ସୁଧୀର କୁମାର ଧଙ୍ଗଡ଼ାମାଝୀ । ବିଶିଷ୍ଟ ବ୍ୟଙ୍ଗକବି ତଥା ସଂଗଠକ ବିରଞ୍ଚି ନାରାୟଣ ମୁଣ୍ଡ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଲାଇଫରେଚର୍ ଉପ-ସଭାପତି ଅଜିତ କୁମାର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଔପନ୍ୟାସିକ ଡିଲେଶ୍ୱର ରଣା ଲେଖକୀୟ ଅଭିବ୍ୟକ୍ତି ରଖିଥିଲେ । ଏଥିରେ ଶତାଧିକ ଲେଖକ, ବୁଦ୍ଧିଜୀବୀ, କଳାକାର ଯୋଗ ଦେଇଥିଲେ । ସାହିତ୍ୟପ୍ରେମୀ ପୂର୍ଣ୍ଣକିଶୋର ଦାଶ, ପ୍ରଭାସ ଚନ୍ଦ୍ର ଟୋଲଟିଆ, ଜିତେନ୍ଦ୍ର କୁମାର ସାହୁ, ଜୟନ୍ତୀ ଭୋଇ ତଥା ଓଡ଼ିଆ ବିଭାଗର ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ। Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026 ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026