ପୁସ୍ତକ ପଢ଼ିବା ଦ୍ବାରା ସ୍ମରଣ ଶକ୍ତି ବଢ଼ିଥାଏ : ୨୨ତମ ଜଟଣୀ ପୁସ୍ତକ ମେଳା ତୃତୀୟ ସନ୍ଧ୍ୟା

୯ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା – ଜଟଣୀ :- ଜଟଣୀ ଟାଉନହଲ ଠାରେ ଚାଲିଥିବା ୨୨ତମ ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ ଡ଼ଃ ବିଜୟା କୁମାରୀ ପାତ୍ର,ସମ୍ମାନିତ ଅତିଥି ଭାବେ ସାହିତ୍ୟ ପତ୍ରିକା”ଆମରି ସତ୍ୟ”ର ପ୍ରତିଷ୍ଠାତା ଡ଼ଃ ପ୍ରମୋଦ ଚନ୍ଦ୍ର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଆୟୋଜିତ ସଭାରେ ଉଦବୋଧନ ଦେଇ ଅତିଥି ଗଣ କହିଥିଲେ ଯେ ପୁସ୍ତକ ପଢ଼ିବା ଦ୍ବାରା ସ୍ମରଣ ଶକ୍ତି ବଢ଼ିଥାଏ ।ଏହି କାର୍ଯ୍ୟକ୍ରମରେ ଶିକ୍ଷକ ନେତା ଜବାହରଲାଲ ସୁବୁଦ୍ଧି ସଭା ପରିଚାଳନା କରିଥିବା ବେଳେ ସୁଶାନ୍ତ ରାଉତ, ଅକ୍ଷୟ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ସେହିପରି ଆୟୋଜିତ କବିତା ପାଠ ଉତ୍ସବକୁ ଡ଼ଃ ସ୍ନିଗଦ୍ଧା ସ୍ୱାଇଁ, ବିପିନ ବେହେରା ପ୍ରମୁଖ ସଂଯୋଜନା କରିଥିଲେ । ଏହି କବିତା ପାଠ ଉତ୍ସବରେ ଅବିଭକ୍ତ ପୁରୀ ଜିଲ୍ଲାର ଖୋର୍ଦ୍ଧା,ବେଗୁନିଆ, ବୋଲଗଡ଼, କଣାସ, ପିପିଲି, ଭୁବନେଶ୍ବର ଓ ଜଟଣୀର ବହୁ କବି ଓ କବୟତ୍ରି ସ୍ୱ’ରଚିତ କବିତା ପାଠ କରିଥିଲେ । ଏହି ପୁସ୍ତକ ମେଳାରେ କୋଡ଼ିଏ ରୁ ଉର୍ଦ୍ଧ୍ବ ପ୍ରକାସନି ସଂସ୍ଥା ଅଂଶ ଗ୍ରହଣ କରିଛନ୍ତି । ସୁଚନା ଯୋଗ୍ୟ କରୋନା ମହାମାରୀ ଯୋଗୁଁ ଦୀର୍ଘ ତିନିବର୍ଷ ପରେ ପୁସ୍ତକ ମେଳା ଆୟୋଜନ ହୋଇଥିବାରୁ ଷ୍ଟଲ୍ ଗୁଡ଼ିକରେ ପାଠକ ଓ ଛାତ୍ର ଛାତ୍ରୀ ମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି ।

Exit mobile version