
୯ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ଭାରତୀୟ ସମ୍ବିଧାନ ର ପ୍ରସ୍ତାବନା ଓ ସଦିଦ ଏବଂ ସ୍ଵାଧିନତା ସଂଗ୍ରାମୀ ସ୍କୃତି ଫଳକ ଜରାଜୀର୍ଣ୍ଣ ଅବସ୍ଥାରେ I ଆଗାମୀ ପିଢୀ ଅନ୍ଧାର ରେ ରହିଯିବେ I ସଭିଙ୍କ ଜାଣିବା ପାଇଁ ମହତ ଉଦ୍ଦେଶ୍ୟ ରେ ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟ ଆଗରେ ଦୁଇଟି ସ୍କୃତି ସ୍ତମ୍ଭ ଥାଏ , ରଣପୁରରେ ବି ଅଛି ମାତ୍ର ଥାଇ ନଥିଲା ଭଳି l ଏହାର ଜୀର୍ଣ୍ଣୋଦ୍ଧାର ତୁରନ୍ତ କରାଜିବା ପାଇଁ ସ୍ଵାଧିନତା ସଂଗ୍ରାମୀ ଉତ୍ତରା ଧିକାରୀ ସଂଗଠନ ଦାବୀ ରଖିଛି I ସହିତ ଅର୍ଜୁନ ରାଉତ , ରଘୁନାଥ ମହାନ୍ତି,ଦିବାକର ପରିଡା , ସଂଗ୍ରାମୀ ବନମାନ୍ଦୀ ରାମ , ମୁରଲୀଧର ଦାସ , କୃପାସିନ୍ଧୁ ମିଶ୍ର , ଗଂଗାଧର ମିଶ୍ର , ବୀରବର ଷଡ଼ଙ୍ଗୀ , ମୁରଲୀ ଧର ପଣ୍ଡା . ମଦନ ମୋହନ ଦାସ , ଭଗବାନ ସାଥୁଆ , ରଘୁନାଥ ମଳିକ , ଭୋବନୀ ପୃଷ୍ଟି , ଚକ୍ରଧର ପରିଡା , ଗୌରୀ ଶ୍ୟାମ ମହାନ୍ତି ପ୍ରଭୃତି ସଂଗ୍ରାମୀ ଙ୍କ ନାମ ଖୋଦିତ ହୋଇଥିଲା , ଯାହା ଆଜିର ଦିନରେ ଆଉ ଦେଖା ଯାଉନାହିଁ l ଅତୀତରେ ଏନେଇ ରଣପୁର ରଘୁ,ଦିବାକର ଆସୋସିଏସନ ଓ କଧନୟାଗଡ ଗାନ୍ଧୀ ସ୍କୃତି ସମିତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ l ମାଡ୍ର ଏଯାବତ କିଛି ସୁଫଳ ହୋଇପାରନି I ରାଜନେତା , ନିର୍ବାଚିତ ପ୍ରତିନିଧି , ପ୍ରଶାସକ ତତ୍ପର ତା ପ୍ରକାଶ ପାଇଲେ ଏହାର ନବୀକରଣ ହୋଇପାରନ୍ତା I ସଦିଦ ଓ ସଂଗ୍ରାମୀ ଉଚ଼ିତ ସମ୍ମାନ ପାଇ ପାରନ୍ତେ

