ବାଲୁଗାଁ : ମା ଉତ୍ତରାୟଣୀ କ୍ରିକେଟ ଟିମ ବିଜେତା

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- ବାଲୁଗାଁ ନିକଟସ୍ଥ ସିଙ୍ଗେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଘିଅଖଲା ଗ୍ରାମର ଦ୍ୟୁତି ମା ଭଗବତୀ କ୍ରିକେଟ ଟିମ ତରଫରୁ ସ୍ଥାନୀୟ ପଡିଆରେ ରାତ୍ର କାଳୀନ ଟ୍ରୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ମ୍ୟାଚରେ 16 ଗୋଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଏଥି ମ୍ୟଧ୍ୟରୁ ଫାଇନାଲ କୁ ମା ଉତ୍ତରାୟଣୀ କ୍ରିକେଟ ଟିମ ସରଳପଦର ଓ ବାବା ସିଙ୍ଗନାଥ ଦେବ କ୍ରିକେଟ ଟିମ ସିଙ୍ଗେଶ୍ୱର ଉତୀର୍ଣ୍ଣ ହୋଇଥିଲେ l ପ୍ରଥମେ ସିଙ୍ଗେଶ୍ୱର ଟିମ ବ୍ୟାଟିଂ କରି ନିର୍ଦ୍ଧାରିତ 6 ଓଭରରେ 32 ରନ ସଂଗ୍ରହ କରିଥିଲେ l ସରଳପଦର ଟିମ 32 ରନକୁ ପିଛା କରି 3 ଓଭର 4 ଟି ବଲରେ 35 ରନ କରି ବିଜେତା ହୋଇଥିଲେ l ଏହି ମ୍ୟାଚରେ ବିଜେତା ଦଳର ମ୍ୟାନ ଅଫ ଦି ସିରିଜି ଦିଲ୍ଲୀପ ନାୟକ ହୋଇଥିବାବେଳେ ମ୍ୟାନ ଅଫ ଦି ମ୍ୟାଚ ସମୀର ସାହୁ ହୋଇଥିଲେ ଓ ଉପ ବିଜେତାଦଳ ପକ୍ଷରୁ ବେଷ୍ଟ ବୋଲର ଲିଙ୍ଗରାଜ ,ବେଷ୍ଟ ଫିଲଡର ଗୌତମ ହୋଇଥିଲେ l ମ୍ୟାଚ ପରିଚାଳନା କରିଥିଲେ ହିମାଂଶୁ ରାୟ ଓ ପ୍ରଭାତ ଜେନା l ଏହି ଅବସରରେ ଅତିଥି ଭାବେ ଭାରତୀୟ ଜୀବନ ବୀମା ଶାଖାର ଚେୟାରମ୍ୟାନ କ୍ଲବ ସଦ୍ୟସ୍ୟ ତଥା ଲିଅlପି ସଂଘର ସମ୍ପାଦକ ରତିକାନ୍ତ ସାହୁ ଯୋଗଦେଇ ମ୍ୟାଚକୁ ଉଦଘାଟନ କରିଥିବା ବେଳେ ସମାଜ ସେବୀ ପ୍ରଭାସ ସୁନ୍ଦରାୟ ଓ ସିଙ୍ଗେଶ୍ୱର ଗ୍ରାମ ପଞ୍ଚାୟତର ସରପଞ୍ଚ ସ୍ନେହ ଲତା ସେଠୀ ଉଦଯାପନ ମ୍ୟାଚ ଯୋଗ ଦେଇ ଗ୍ରାମlଞ୍ଚଳରେ ଲୁଚିରହିଥିବା ଖେଳ ପ୍ରତିଭା କିପରି ଆଗକୁ ଲୋକଲୋଚନ ଆସିପାରିବ ସେ ବିଷୟରେ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ l ଗତ ମଙ୍ଗଳବାର ଦିନ ବିଷ୍ଟନୁଡ଼ିହ ଗ୍ରାମଠାରେ ଅନୁଷ୍ଠିତ ଟ୍ରୁର୍ଣ୍ଣାମେଣ୍ଟରେ ମା ଉତ୍ତରାୟଣୀ ଟିମ ବିଜେତା ହୋଇଥିଲେ l ଲଗାତାର ଦୁଇଟି ଟ୍ରୁର୍ଣ୍ଣାମେଣ୍ଟରେ ବିଜେତା ହୋଇଥିବାରୁ ସରଳାପଦର ଗ୍ରାମରେ ଦୁଇଟି ବିଜେତା କପ ଧରି ଜୟ ଜୟ ଧୋନି ଦେଇ ଗ୍ରାମ ପରିକ୍ରମା କରି ଥିଲେ l

Exit mobile version