୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- ବାଲୁଗାଁ ନିକଟସ୍ଥ ଚିଲିକାକୂଳରେ କେତେକ ଅଂଶକୁ ଜବର ଦଖଲକରି କେତେକ ଆସାମlଜିକ ବ୍ୟକ୍ତି ଜୋର ଦବରଦସ୍ତ ଜୁଲୁମ କରି ପୋଖରୀ ନିର୍ମାଣ କରି ଏହାକୁ ବ୍ୟବସାୟର ରୁପ ଦେଇଥିବାବେଳେ ଆଉ କେତେକ ଅଂଶରେ ପାଚେରୀ ନିର୍ମାଣ କରୁଛନ୍ତି l ଏହି ଅନୈତିକ କାର୍ଯ୍ୟକୁ ବିରୋଧ କରି ସ୍ଥାନୀୟ ଅଞ୍ଚଳର ଲୋକମାନେ ଚିଲିକା ତହସିଲଦାରଙ୍କ ଦୃଷ୍ଟି ଗୋଚର କରିଛନ୍ତି l ଯଥା ଶ୍ରୀଘ୍ର ଏହି କାର୍ଯ୍ୟ କୁ ବନ୍ଦ କରିବା ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି l
ସୂଚନା ଯୋଗ୍ୟ ବାଲୁଗାଁ ଅଞ୍ଚଳର ଜଣେ ବ୍ୟକ୍ତି ବାଲୁଗାଁ ଚିଲିକାକୂଳ ମାଛ ବଜାରର ପୂର୍ଵ ଦିଗରେ ଥିବା ଚିଲିକାକୁଳର କିଛି ଜଳରାଶିକୁ ପୋତି ସେଠାରେ ନିଜର ବ୍ୟବହାର ପାଇଁ ପୋଖରୀ କରିବା ସହିତ,ପାଚେରୀ ନିର୍ମାଣ କରୁଛନ୍ତି ବାଲୁଗାଁ କଲେଜ ଓ କଳିଯୁଗେଶ୍ବର ମନ୍ଦିର ରାସ୍ତା ପାର୍ଶ୍ୱରେ ଏକାଧିକ ପୋଖରୀ ନିର୍ମାଣ କରୁଛନ୍ତି l ଏପରିକି ଚିଲିକା ତଟ ଦେଶର ଅନେକ ଅଞ୍ଚଳକୁ ପୋତିଦିଆଯାଇ ନିଜସ୍ୱ ବ୍ୟବସାୟ ଜୋର ସୋରରେ କରୁଛନ୍ତି l ଯାହା ଫଳରେ ଚିଲିକା ଜଳ ଦୂଷିତ ହେବା ସହିତ ଏକର ସୌନ୍ଦର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି l କେତେକ ମୁଷ୍ଟିମେୟ ପ୍ରଭାବ ଶାଳୀ ବ୍ୟକ୍ତି ପୋଖରୀ କରିବା ସହିତ ଲିଜ ନେଇ ଏଥିରେ ନିଜସ୍ୱ ଘର ନିର୍ମାଣ କରି ମାଛ ବ୍ୟବସାୟ କରିବା ପାଇଁ ଭଡା ସୂତ୍ରେ ଲଗେଇ ବେଶ ମୁନଫା ଉଠାଉଛନ୍ତି l ଘଟଣା ସମ୍ପର୍କରେ ଚିଲିକା ତହସିଲଦାରଙ୍କୁ ଅଭିଯୋଗ କରିବାପରେ ଏହି ଅଭିଯୋଗ ଆଧାର କରି ପଦକ୍ଷେପ ନେବା ସହିତ ବେଆଇନ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଛନ୍ତି l

