ଗୋଷାଣୀ ବ୍ଲକ ଉପଲଡ଼ା ଗ୍ରାମରୁ ୨ ପୋଜେଟିଭ ଚିହ୍ନଟ ହେବା ପରେ କଣ୍ଟାଇନମେଣ୍ଟ ଜୋନ ଘଷିତ ଗଜପତି (ପାରଳାଖେମୁଣ୍ଡି)

ଓଡିଶା ତାଜା ନ୍ୟୁଜ୍ (୧୮ ଜୁନ୍ ଗୁରୁବାର)ପାରଳାଖେମୁଣ୍ଡି :- ଗଜପତିଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡା ହରିଜନସାହି ଅଞ୍ଚଳରେ ୨ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେହି ଗ୍ରାମର ବିଭିନ୍ନ ଅଞ୍ଚଳକୁ କଣ୍ଟାଇନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ଏହି ଗ୍ରାମରେ ମୋଟ ୩୭୦ ପରିବାରର ୧୨ଶହ ଲୋକଙ୍କ ସ୍ୱାବ ପରୀକ୍ଷା କରାଯିବା ସ୍ଥିର ହୋଇଛି ।

ଗ୍ରାମର ଉପର ସାହି, ଅଙ୍ଗନବାଡି କେନ୍ଦ୍ର,ସ୍କୁଲ ନିକଟସ୍ଥ ଅଞ୍ଚଳ,ବଜାର ସାହି,ରେଲି ସାହି,କୁମ୍ଭାର ସାହି ଇତ୍ୟାଦି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି । ସେହିପରି ହରିଜନ ସାହିର ଏମ୍‌.କ୍ରିଷ୍ଣା ରାଓଙ୍କ ଘରକୁ ସଂପୁର୍ଣ୍ଣ ସିଲ୍ କରାଯାଇଛି । ଏହି ସବୁ ଅଞ୍ଚଳରେ କୌଣସି ଯାନବାହନ ଚଳାଚଳ କରିପାରିବ ନାହିଁ । ଯେ କୌଣସି ବ୍ୟକ୍ତି ଯାତାୟତ କରିପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶାସନ ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗ୍ରାମବାସୀଙ୍କ ପାଖରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି ।

ଏହି ସମସ୍ତ ବିଷୟ ଉପରେ ଗୋଷାଣୀ ବିଡିଓ କିଶୋର ଚନ୍ଦ୍ର ଦାସ,ସହକାରୀ ଯନ୍ତ୍ରୀ ବାଳକୃଷ୍ଣ ପଣ୍ଡା,ସ୍ୱାସ୍ଥ୍ୟ ଅଧିକାରୀ ପତିତପାବନ ବାରିକ ବୁ ପ୍ରମୁଖଙ୍କୁ ଦାୟୀତ୍ୱ ଦିଆଯାଇଛି । ଆଜି ଉପଜିଲ୍ଲାପାଳ ସଂଗ୍ରାମ ସେଖର ପଣ୍ଡା ସଂପୃକ୍ତ ଅଞ୍ଚଳ ଗ୍ରସ୍ତ କରି କଣ୍ଟାଇନମେଣ୍ଟ ଜୋନ୍‌ର ସମସ୍ତ ବ୍ୟବସ୍ଥାକୁ ଅନୁଧ୍ୟାନ କରି ସମସ୍ତ ବିଷୟକୁ ତଦାରଖ କରି ଫେରିଛନ୍ତି । ପରିଶେଷରେ ସେ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ମାସ୍କ ବଣ୍ଟନ କରିଥିଲେ । (ରିପୋର୍ଟ: ଗରୁଡ଼ ଧ୍ୱଜ ଚୌଧୁରୀ )

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version