ଶହେ ବର୍ଷର ପୁରୁଣା ପରମ୍ପରା ତମିଆଁ ରାମଲୀଳା ରେ ରହିଛି ଭିନ୍ନ ଏକ ବୈଶିଷ୍ଟ୍ୟତା

ହିନ୍ଦୁ ଓ ମୁସଲମାନ ଉଭୟ କଳାକାର ଙ୍କ ମିଳିତ ଅଭିନୟ ହିଁ ଦିଏ ସମାଜ କୁ ଭାଇଚାରା ର ବାର୍ତ୍ତା 

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଳକ ତମିଆଁ ଗ୍ରାମ ରେ ଶହେ ବର୍ଷରୁ ଉର୍ଦ୍ଧ୍ବ ହେବ ଧରି ପାଳିତ ହୋଇଆସୁଛି ରାମଲୀଳା । ଏହି ରାମଲିଲା ଚୈତ୍ର ମାସ ନବମୀ ତିଥିରେ ରାମନବମୀ ପୂଜାନୋତ୍ସବ ସହ ରାତିରେ ରାମଲୀଳା ପରିବେଷଣ ହୋଇଥାଏ । ଶହେ ବର୍ଷରୁ ଅଧିକ ହେବ ରାମଲୀଳା କୁ ବଞ୍ଚାଇ ରଖି ଆସୁଥିବା ରାମଲୀଳା ଯାତ୍ରା ଏକ ନିଆରା ଏବଂ ଅନ୍ୟ ଏକ ବୈଶିଷ୍ଟ୍ୟତା ଭାଇଚାରା ସୃଷ୍ଟି କରୁଛି । ହିନ୍ଦୁ ଓ ମୁସଲମାନ ଧର୍ମାବଲମ୍ବୀ କଳାକାର ଙ୍କ ମିଳିତ ଭାବେ ବିଭିନ୍ନ ଭୂମିକାରେ ଅଭିନୟ କରୁଥିବା ହନୁମାନ, ରାମ, ଲକ୍ଷ୍ମଣ, ସୀତା, ବାଳୀ, ସୁଗ୍ରୀବ ଆଦି ଭୂମିକାରେ ଅଭିନୟ କରୁଥିବା ବେଳେ କଳାକାରମାନେ ଯାହା ଆକର୍ଷଣର କଳାକାରମାନଙ୍କ ଅଭିନୟ ଏତେ ହୃଦୟସ୍ପର୍ଶୀ ହୋଇଥାଏ ଯେ ଦର୍ଶକମାନେ ଯାତ୍ରା ଶେଷ ନ ହେବା ଯାଏ ସେ ସ୍ଥାନରୁ ଉଠି ଯାଇପାରନ୍ତି ନାହିଁ ।

ପ୍ରତିବର୍ଷ ଚୈତ୍ରମାସ ଶୁକ୍ଳପକ୍ଷ ରାମନବମୀ ଦିନ ଠାରୁ ଏହି ଯାତ୍ରା ଆରମ୍ଭ ହୋଇ ୭ ଦିନ ଧରି ଚାଲିଥାଏ । କେବେ କେବେ ୧୨ ଦିନ ନତୁବା ୧୪ ଦିନ ମଧ୍ୟ ହୋଇଥାଏ । ଚଳିତ ବର୍ଷ ରାମନବମୀ ଆରମ୍ଭ ହୋଇଥିବା ବେଳେ ଗୁରୁବାର ରାତିରେ ଲଙ୍କା କାଣ୍ଡ ର ଇନ୍ଦ୍ରଜିତ ବଧ ପରିବେଷଣ ହୋଇଥିଲା । ପ୍ରତି ରଜନୀ ରେ ହେଉଥିବା ଏହି ଯାତ୍ରାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳଠାରୁ ଆରମ୍ଭ କରି ଦୂରଦୂରାନ୍ତରୁ ଦର୍ଶକ ଆସିଥାନ୍ତି । ଗ୍ରାମରେ ରାମାୟଣ ରାମଲୀଳା ପରିବେଷଣ କଳାକାରମାନେ କାର୍ଯ୍ୟକ୍ରମ ପୂଜାର୍ଚ୍ଚନା କରାଗଲ ରାମଲୀଳା କରା ନ ଯାଏ ତେବେ ଗ୍ରାମରେ ନିଆଁ ଲାଗି ଯାଇଥାଏ ବୋଲି ଗ୍ରାମବାସୀଙ୍କ ବିଶ୍ୱାସ ରହିଛି ।

ଗ୍ରାମର କଳାକାର, ଗାୟକ ଓ ବାୟକମାନେ ବିନା ପାରିଶ୍ରମିକରେ ଏହି ଯାତ୍ରାରେ ଅଭିନୟ କରିଥାନ୍ତି । ଠାକୁରଙ୍କ ରାମଲୀଳା ପାଇଁ ୪୦ ଜଣ କଳାକାର ନିଜର କଳା ପ୍ରଦର୍ଶନ କରିଥାନ୍ତି । ଏହି ରାମଲୀଳା ବୈଶ୍ୟ ସଦାଶିବ କୃତ ଙ୍କର ବିଭିନ୍ନ ରାଗ ଛନ୍ଦ ପରିବେଷଣ କରାଯାଏ, ଯାହାକି ଦର୍ଶକଙ୍କୁ ମନମୁଗ୍ଧ କରିଥାଏ । ରାମଙ୍କ ବନବାସଠାରୁ ଆରମ୍ଭ କରି ଠାକୁରଙ୍କ ରାଜାଭିଷେକ ପର୍ଯ୍ୟନ୍ତ କାହାଣୀ ପରିବେଷିତ ହୁଏ । ଗୁରୁଶ୍ରୀ ଗୋଲକ ବିହାରୀ ତ୍ରିପାଠୀ ,ପରିଚାଳନା କମିଟିର ସଭାପତି ସୟଦ ଅବଦୁଲ ରଉଫ୍, ସମ୍ପାଦକ ସୟଦ ଅବଦୁଲ ସିରାଜ ଙ୍କ ସମେତ ସୁନାମଧନ୍ୟ ପାରାୟଣ ଗାୟକ ଶାନ୍ତନୁ ତ୍ରିପାଠୀ , ସୁବାସ ତ୍ରିପାଠୀ , ପ୍ରତାପ ତ୍ରିପାଠୀ , ଗୋପାଳ ସ୍ବାଇଁ , ସରୋଜ ଭୋଇ ,କୁଶ ଭୋଇ , ଜୟଦେବ ବରିହା , ସରୋଜ ଯୋଷୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥାନ୍ତି । ରାବଣ ଭୂମିକାରେ ସୁବାସ ତ୍ରିପାଠୀ ,ରାମ – ବରୁଣ ମେହେର , ଲକ୍ଷ୍ମଣ – ସୁରୁବୁଡେକ , ଇନ୍ଦ୍ରଜିତ- ସୟଦ ଅବଦୁଲ ସିରାଜ ହନୁମାନ – ବାଗଦଳ ମଲ୍ଲିକ ,ମାୟାସୀତା – ଡମନ ମେହେର ଙ୍କ ଅଭିନୟ ଖୁବ୍‌ ଚମତ୍କାର ହୋଇଥାଏ ।

ବାଦ୍ୟଯନ୍ତ୍ର ରେ କୁଶ ଭୋଇ ,ଅର୍ଗାନ ସରୋଜ କୁମାର ଯୋଷୀ ରହିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବାଳି ସୁଗ୍ରୀବ ଆଦି ୪୦ ଜଣ କଳାକାର ସେମାନଙ୍କ କଳା ନୈପୁଣ୍ୟତା ପ୍ରଦର୍ଶନ କରିଥାନ୍ତି। ରାମ, ଲକ୍ଷ୍ମଣ, ସୀତା, ହନୁମାନ ଭୂମିକାରେ ଅଭିନୟ କରୁଥିବା କଳାକାରମାନେ ଯାତ୍ରା ଆରମ୍ଭରୁ ଶେଷ ଦିନ ପର୍ଯ୍ୟନ୍ତ ନିଷ୍ଠାରେ ରୁହନ୍ତି । ଘରକୁ ନ ଯାଇ ମନ୍ଦିରରେ ରହି ପ୍ରସାଦ ସେବନ କରନ୍ତି । ନାଟ୍ୟ ସାଜସଜ୍ଜା ନାଟ୍ୟଗୁରୁ କରୁଥିବା ବେଳେ ଏଥିରେ ଅନ୍ୟମାନେ ମୁଖ୍ୟ ସହଯୋଗୀ ରହିଛନ୍ତି । ଦିନକୁ ଦିନ ହଜି ଯାଉଥିବା ପୁରାତନ ସଂସ୍କୃତିକୁ ଜାବୁଡ଼ି ରଖିବାରେ କମିଟିର ଏହି ପଦକ୍ଷେପ ସ୍ବାଗତଯୋଗ୍ୟ । ଅନ୍ୟପକ୍ଷେ ସମସ୍ତଙ୍କ ପ୍ରଚେଷ୍ଟାରେ ଏହି ରାମଲୀଳା ବଞ୍ଚିବା ରହିଥିବା ବେଳେ ଗ୍ରାମ୍ୟ ଏକତା ସୃଷ୍ଟି କରୁଛି ବୋଲି ରାମଲୀଳା ପରିପଳନା କମିଟି ପକ୍ଷରୁ କୁହାଯାଇଛି ।

 

Exit mobile version