ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ଜେଲ ଗଲେ ରସିକିଆ ସାହିତ୍ୟ ଶିକ୍ଷକ

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :- ପାଟଣାଗଡ ଥାନା ଯୋଗିମୁଣ୍ଡା ହାଇସ୍କୁଲରେ ଅଧ୍ୟୟନରତ ଜଣେ ୧୫ ବର୍ଷିୟା ଦଶମ ଶ୍ରେଣୀ ଛାତ୍ରୀଙ୍କୁ ସେହି ସ୍କୁଲରେ କାର୍ଯ୍ୟରତ ସହକାରୀ ରସିକିଆ ସାହିତ୍ୟ ଶିକ୍ଷକ ସତ୍ୟନାରାୟଣ ନାଏକ ଅସଦାଚରଣ କରିଥିବା ନେଇ ଛାତ୍ରୀ ଙ୍କ ବାପା ଗତ କାଲି ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୁଲିସ ଏକ ମାମଲା ରୁଜୁ କରି ସଂପୃକ୍ତ ଶିକ୍ଷକ ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା । ଆଜି ସକାଳେ ଅଭିଯୁକ୍ତ ଶିକ୍ଷକଙ୍କୁ ଡାକ୍ତରି ମାଇନା ପରେ ବଲାଙ୍ଗୀର କୋର୍ଟ କୁ ପଠାଇ ଦିଆଯାଇଛି । କୋର୍ଟ ରେ ଅଭିଯୁକ୍ତ ର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତା ସୂଚନା ଦେଇଛନ୍ତି ।ଅଭିଯୋଗ ଅନୁସାରେ ଗତ ମାର୍ଚ୍ଚ ୨୮ ତାରିଖ ଦିନ ସାହିତ୍ୟ ଶିକ୍ଷକ ସତ୍ୟନାରାୟଣ ଜଣେ ଦଶମ ଛାତ୍ରୀ ଙ୍କୁ ଏମବିଡ଼ି ବହି ଗୁଡିକ କିଣି ଦେବା ଆଳ ଦେଖାଇ ନିଜ ବାଇକ୍ ରେ ଛାତ୍ରୀ ଙ୍କୁ ବସିବା ପାଇଁ ବାଧ୍ୟ କରିଥିଲେ । ଛାତ୍ରୀ ଜଣକ ଗୁରୁଙ୍କୁ ସମ୍ମାନ ଦେବା ସହ ତାଙ୍କ କଥା ରଖି ବାଇକ୍ ରେ ବସିପଡ଼ି ଥିଲେ । ଅଭିଯୁକ୍ତ ଶିକ୍ଷକ ଜଣକ ମୂଖ୍ୟ ରାସ୍ତା କୁ ଛାଡି ନିଛାଟିଆ ଜଙ୍ଗଲି ରାସ୍ତା ରେ ତାଙ୍କ ବାଇକ୍ ମୁହାଁଇ ଥିଲେ । ଛାତ୍ରୀ ଜଣକ କିଛି କହିବା ଆଗରୁ ନିଛାଟିଆ ଯାଗା ଦେଖି କାମୁକ ଶିକ୍ଷକ ଜଣକ ବାଇକ୍ ରଖି ଛାତ୍ରୀ ଜଣକ ଙ୍କ ସହ ଅସଦାଚରଣ ଆରମ୍ଭ କରିଦେଇ ଥିଲେ ।ପରେ ପରେ ଶିକ୍ଷକ ଜଣକ ଛାତ୍ରୀ ଙ୍କୁ ବଲତ୍କାର ଉଦ୍ୟମ କରିବା ମାତ୍ରେ ଛାତ୍ରୀ ଜଣକ କୌଶଳ କ୍ରମେ ଶିକ୍ଷକଙ୍କୁ ଚକମା ଦେଇ ସେହି ସ୍ଥାନରୁ ଦୌଡ଼ି ଦୌଡ଼ି ପଳାଇଆସିଥିଲେ । ଅଭିଯୁକ୍ତ ଶିକ୍ଷକ ନିରୁପାୟ ହୋଇ ସେ ମଧ୍ୟ ଉକ୍ତ ସ୍ଥାନ ଛାଡ଼ି ଫେରାର ମାରିବା ପୂର୍ବରୁ ଛାତ୍ରୀ ଙ୍କୁ ଘଟଣା ସମ୍ପର୍କରେ ପରିବାର ବର୍ଗଙ୍କୁ କିଛି ନ କହିବାକୁ ଧମକ ଦେଇଥିଲେ । ଏହା ପରେ ଛାତ୍ରୀ ଜଣକ ଘଟଣା ଦିନଠୁ ସ୍କୁଲ କୁ ଯିବା ପରିବର୍ତ୍ତେ ଅନ୍ୟମନସ୍କ ହୋଇ ରହୁଥିଲେ । ତାଙ୍କ ମାଆ ଝିଅ ର ଏପରି ଅବସ୍ଥା ଦେଖି ତାଙ୍କୁ ବାରମ୍ବାର ପଚରାଇବାରୁ ସେ ଘଟଣା ସମ୍ପର୍କରେ ସବୁ କହିଥିଲେ ।

Exit mobile version