ଆରମ୍ଭ ହେଲା ପ୍ରତାପନଗରୀ ର ପ୍ରସିଦ୍ଧ ଧାକୁଲେଇ ମହୋତ୍ସବ – କଟକ

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ । କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ଗ୍ରାମର ପ୍ରସିଦ୍ଧ ମା, ଧାକୁଲେଇଙ୍କ ଯାତ୍ରା ମହୋତ୍ସବ ଚୈତ୍ର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଛି । ଏହା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ମା ଧାକୁଲେଇ ଯାତ୍ରା ମହୋତ୍ସବରେ ୫ଶହରୁ ଉର୍ଦ୍ଧ୍ବ ଛୋଟ ବଡ଼ ଦୋକାନ ଖୋଲିଛି । କଟକ ସହରର ବାଲିଯାତ୍ରା ଭଳି ଏହା ଯାତ୍ରାରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଭିଡ଼ ଲାଗୁଛି । ଲୋକମାନଙ୍କ ଭିଡ଼କୁ ଆଖିଆଗରେ ରଖି ଧାକୁଲେଇ ଗ୍ରାମ୍ୟ ଉନ୍ନୟନ କମିଟିର ଏବଂ କଟକ ସଦର ପୋଲିସ, ସିଏମସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।ଯାତ୍ରା ମହୋତ୍ସବରେ ସାତଦିନ ଧରି ପରିମଳ, ପାନୀୟ ଜଳ, ଆଲୋକ ,ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର, ଅଗ୍ନି ଶମ ବାହିନୀ ,ପୋଲି କ୍ୟାମ୍ପ,ମେଳା ପଡିଆ ଏବଂ ତାହାର ଆଖପାଖରେ ଅପରାଧୀଙ୍କୁ ଧରିବା ପାଇଁ ୩୦ରୁ ଉର୍ଦ୍ଧ୍ବ ସିସିଟିଭି ଲାଗାଯାଇଛି। ଯାତ୍ରା ଦେଖିବାକୁ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଦର୍ଶକ ଙ୍କ ସୁବିଧା ଲାଗି ୩ଟି ସ୍ଥାନରେ ଗାଡ଼ି ରଖିବା ପାଇଁ ପାର୍କିଂର ବ୍ୟବସ୍ଥା କରାଯାଇଛି । ଦିନ ରାତି ଏହି ମେଳା ବୁଲିବାକୁ ଆସୁଥିବା ଲୋକଙ୍କ ସୁରକ୍ଷା ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । କଟକ ସଦର ଥାନାର ଆଇଆଇସି ରଶ୍ମୀରଞନ ମହାପାତ୍ର ଏବଂ ଏସିପି ଚନ୍ଦନ ଘଡେଇଉ ନେତୃତ୍ବରେ ପୋଲିସ ପାଟ୍ରୋଲିଂ କୁ କଡ଼ାକଡ଼ି କରାଯାଇଛି । ମେଳାରେ ପ୍ରତି ଦିନ ସନ୍ଧ୍ୟା ୭ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ଵିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ବେଳେ ରାତି ୧୨ ଟାରୁ ଭୋର ୬ଟା ପର୍ଯ୍ୟନ୍ତ ନାମକରା ଅପେରା ପାର୍ଟି ଫ୍ରିରେ ଯାତ୍ରା ପରିବେଷଣ କରୁଛନ୍ତି । ଏହି ଅବସରରେ ଦୁଇ ଦିନ ଧରି ମାଙ୍କ ସମ୍ମୁଖ ମଣ୍ଡପରେ ୪୮ ସଂକୀର୍ତ୍ତନ ମଣ୍ଡଳୀର ମହନ୍ତ ବନମାଳୀ ଦାସଙ୍କ ନେତୃତ୍ବରେ ସଂକୀର୍ତ୍ତନ ପରିବେଷଣ କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ମା, ଧାକୁଲେଇ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭା ଏବଂ ପୁରଷ୍କାର ବିତରଣୀ ଉତ୍ସବ ଗ୍ରାମ୍ୟ କମିଟିର ସଭାପତି ପ୍ରମୋଦ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଂପାଦକ ପ୍ରମୋଦ ବେହେରା ସଭା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା , ମୁଖ୍ୟ ବକ୍ତା ସିଏମସି ମେୟର ସୁବାସ ସିଂ, ସିଏମସିର ୫୮ ନମ୍ବର ୱ।ର୍ଡ଼ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ,ଜିଲ୍ଲା ପରିଷଦ ସଭ୍ୟା ଆଶାଲତା ବେହେରା,କର୍ପୋରେଟର ପୂର୍ଣ୍ଣିମା ସ୍ୱାଇଁ, ଉରାଳୀ ସରପଞ୍ଚ ଅଭିଶେକ ବେହେରା, କର୍ପୋରେଟର ଲିପସା ନାୟକ, ୪୮ ସଂକୀର୍ତ୍ତନ ମଣ୍ଡଳୀର ମହନ୍ତ ବନମାଳୀ ଦାସ, କଟକସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, ମନୋରଞ୍ଜନ ମହାପାତ୍ର, ୫୭ ନମ୍ବର ୱ।ର୍ଡ଼ ବିଜେଡି ସଭାପତି ରଞ୍ଜନ କୁମାର ପାଲ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନ ପକ୍ଷରୁ ଆତସବାଜୀ ପ୍ରଦର୍ଶନରେ ପ୍ରଥମ, ଦ୍ୱିତୀୟ, ତୃତୀୟ, ୪ର୍ଥ ସ୍ଥାନ ଅଧିକାର କରିଥିବା ବାଣୁଆଙ୍କୁ ମାନପତ୍ର ସହିତ ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଥିଲା ପୁରଷ୍କୃତ କରାଯାଇଥିଲା । ସେହିଭଳି ୨୬ ଜଣ ମା,ଧାକୁଲେଇ ବିଦ୍ୟାପୀଠର ମେଧାବୀ ଛାତ୍ରଛାତ୍ରୀ, ସଂକୀର୍ତ୍ତନ ପରିବେଷଣ କରିଥିବା ବ୍ୟକ୍ତି, କର୍ପୋରେଟର, ସରପଞ୍ଚ ଏବଂ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସହ ସଂପାଦକ ବାଦଲ କୁମାର ଜେନା ଧନ୍ୟବାଦ ଦେଇଥିଲେ ।

Exit mobile version