Home ଓଡ଼ିଶା ଜିଲ୍ଲା ସ୍ବାସ୍ଥ୍ୟ ସମିତି ଓ ସ୍ବେଛସେବୀ ସଂଗଠନ ସି ସି ଡିର ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ଵ ସ୍ୱାସ୍ଥ୍ୟ ଦିବସ-୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୭ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସେଣ୍ଟର ଫର୍ କମ୍ୟୁନିଟି ଡେଭଲପମେଣ୍ଟ” ସିସିଡି: ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ସିସିଡିଅନୁଷ୍ଠାନର ସହଯୋଗରେ ଜିଲ୍ଲାସ୍ତରୀୟ“ବିଶ୍ସ ସ୍ଥ୍ୟଦିବସ-୨୦୨୩” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର ଯୋଗ ଦେଇ ଦିବସ ପାଳନର ତାତ୍ପର୍ଯ୍ୟ ଓ ରହିଥିବା ବାର୍ତ୍ତା “ଉତ୍ତମ ସ୍ୱାସ୍ଥ୍ୟ ସଭିଙ୍କ ପାଇଁ ଉପରେ ଆଲୋଚନା କରି ଲୋକଙ୍କ ଦ୍ୱାର ମୁହଁରେ କିଭଳି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ତାହାହିଁ ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ଲୋକଙ୍କୁ ସ୍ୱାସ୍ଥ୍ୟ-ସେବା ଯୋଗାଇ ଦେବା ପାଇଁ ତୃଣମୂଳ ସ୍ତରରୁ ହିଁ ବିଭିନ୍ନ ସରକାରୀ ବ୍ୟବସ୍ଥା ମାନ ରହିଥିବା ବେଳେ ତାହା ଦ୍ଵାରା ଜନ୍ମିତ ଶିଶୁ ଠାରୁ ଆରମ୍ଭ କରି ଗର୍ଭବତୀ ଓ ପ୍ରସୂତି ମହିଳା ଓ ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ବିଭିନ୍ନ ପ୍ରକାରର ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ସମାଜରେ ମା ଓ ଶିଶୁ ମାନେ ସୁସ୍ଥ ରହିଲେ ହିଁ ଭବିଷ୍ୟତରେ ଯୁବକ ଓ ଅନ୍ୟମାନେ ସୁସ୍ଥ ରହିବେ । ତେଣୁ ଦୈନନ୍ଦିନ ଜୀବନ ଶୈଳୀ ମାନରେ ଉନ୍ନତି ଆଣି ସମାଜରେ ସୁସ୍ଥ ଓ ଶୁଖି ଜୀବନ ବିତାଇବା ଦିଗରେ ସହାୟକ ହେବା ପାଇଁ କହିଥିଲେ । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏଡିପିଏଚସିଓ: ଶ୍ରୀ ନେତ୍ରାନନ୍ଦ ଶତପଥୀ ମଞ୍ଚାସିନ ରହି ସରକାରଙ୍କ ପକ୍ଷରୁ କଣ ସବୁ ସ୍ୱାସ୍ଥ୍ୟ-ସେବା କାର୍ଯ୍ୟକ୍ରମ ଯୋଗାଇ ଦିଆ ଯାଉଛି ଏବଂ ସେ ଦିଗରେ କେଉଁମାନେ ନିୟୋଜିତ ହୋଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି , ସେ ସମ୍ପର୍କରେ କହିଥିଲେ । ସିସିଡ଼ି: ଅନୁଷ୍ଠାନର ମୁଖ୍ୟ ଶ୍ରୀ ଏ: ଜଗନ୍ନାଥ ରାଜୁ କାର୍ଯ୍ୟକ୍ରମରେ ମଞ୍ଚାସିନ ରହି “ଆମ ସ୍ଵାସ୍ଥ୍ୟ ଆମ ହାତରେ” ଏହାର ବିଭିନ୍ନ ଦିଗ ସମ୍ପର୍କରେ କହି ଗ୍ରାମାଞ୍ଚଳ ଓ ଅପହଞ୍ଚ ଇଲାକାରେ ନିଜ ଅନୁଷ୍ଠାନ ପକ୍ଷରୁ ଲୋକଙ୍କ ସ୍ୱାସ୍ଥ୍ୟର ଉନ୍ନତି କ୍ଷେତ୍ରରେ କିଭଳି ପଦକ୍ଷେପ ନିଆଯାଉଛି ତାହା ଅବଗତ କରାଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଭୌତିକ ଚିକିତ୍ସକ ସରୋଜିନୀ ରଇତ , ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ” ର ଜିଲ୍ଲା ସଂପାଦକ ଶ୍ରୀ ସନ୍ତୋଷ ମହାରଣା ଏବଂ ସିସିଡ଼ି ଅନୁଷ୍ଠାନର ଶ୍ରୀମତୀ ଏ: ପଦ୍ମାରାଜ୍ ପ୍ରମୁଖ ରହିଥିବା ବାର୍ତ୍ତା “ଉତ୍ତମ ସ୍ୱାସ୍ଥ୍ୟ ସଭିଙ୍କ ପାଇଁ ର ବିଭିନ୍ନ ଦିଗ ଉପରେ କହିଥିଲେ । Categories: ଓଡ଼ିଶା, ଗଜପତି, ଗଞ୍ଜାମ, ହୋମ୍ Related Content ନୋଭୋଟେଲ ଭୁବନେଶ୍ୱର ଜନପଥର ଗ୍ରାଣ୍ଡ ଶୁଭାରମ୍ଭ by Proprietor Abhimanyu Maharana September 24, 2026 ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା"ମୋ ପରିବାର" by Proprietor Abhimanyu Maharana September 24, 2026 ‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ by Proprietor Abhimanyu Maharana September 24, 2026 ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ by Proprietor Abhimanyu Maharana September 24, 2026 ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ,୩୩ ଓଡ୍ରାଫ୍ ଟିମ୍ ମୃତୟନ by Proprietor Abhimanyu Maharana September 24, 2026 ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି by Proprietor Abhimanyu Maharana September 24, 2026