୭ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ଚତୁର୍ଥ ଆନ୍ତର୍ଜାତିକ ଚିତ୍ରକଳା ଶିବିର ଓ ଗ୍ରୁପ ଚିତ୍ରକଳା ପ୍ରଦର୍ଶନୀ ଅର୍କ କ୍ଷେତ୍ର କୋଣାର୍କ ଠାରେ ଉଦଘାଟିତ ଉତ୍ତର ଓଡ଼ିଶା ର ଅଗ୍ରଣୀ ସଂଗଠନ ଜଳେଶ୍ବର ଆର୍ଟ ଫାଉଣ୍ଡେସନ ଓ ଶକୁନ୍ତଲା ଆର୍ଟ ଗ୍ୟାଲରୀ ଭୁବନେଶ୍ୱର ଏବଂ ଓଡ଼ିଶା କଲେଜ ଅଫ ଆର୍ଟ କ୍ରାଫ୍ଟ, ପୁରୀ ମିଳିତ ଆନୁକୁଲ୍ୟରେ ଚତୁର୍ଥ ଆନ୍ତର୍ଜାତିକ ଚିତ୍ରକଳା ଶିବିର ଓ ଗ୍ରୁପ ଚିତ୍ରକଳା ପ୍ରଦର୍ଶନୀ ଅର୍କ କ୍ଷେତ୍ର କୋଣାର୍କ ଠାରେ ମୂଖ୍ୟଅତିଥି ହେମନ୍ତ କୁମାର ବେହେରା,
ସଂସ୍କୃତି ଅଧିକାରୀ ପୁରୀ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟିତ କରିଛନ୍ତି । ସମ୍ମାନିତ ଅତିଥି ଭାବରେ ଓଡ଼ିଶା ଚାରୁ ଓ କାରୁ କଳା ମହା ବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଗାମାଧବ କର, ଅନ୍ୟତମ ସମ୍ମାନିତ ଅତିଥି ରୂପେ ବରିଷ୍ଠ ଭାଷ୍କର୍ଯ୍ୟ ଶିଳ୍ପୀ ଚନ୍ଦ୍ର ଶେଖର ମହାରଣା, ଅନୁଷ୍ଠାନର ସମ୍ପାଦକ ମୁକ୍ତିପଦ ନଦୀ ଉପସ୍ଥିତ ରହି ମତବ୍ୟକ୍ତ କରିଥିଲେ। ଏହି ଚିତ୍ରକଳା ଶିବିର ରେ ଓଡ଼ିଶା ସମେତ ନେପାଳ, ଭିଏତନାମ, ବାଂଲାଦେଶ, କଲକାତା ଓ ଭୋପାଳର ୨୫ ଜଣ ଚିତ୍ରଶିଳ୍ପୀ ମାନେ ଅଂଶଗ୍ରହଣ କରିଛନ୍ତି, ଏହି କର୍ମଶାଳା ଆସନ୍ତା ତା ୦୭ ଏପ୍ରିଲ ଠାରୁ ଆରମ୍ଭ ହୋଇ ୧୦ ଏପ୍ରିଲ ତାରିଖ ରେ ସମାପ୍ତ ହେବ ଓ ୧୦ ତାରିଖରେ ସମସ୍ତ ଚିତ୍ର ଗୁଡ଼ିକ ଶକୁନ୍ତଳା ଆର୍ଟ ଗ୍ୟାଲରୀ ରେ ପ୍ରଦର୍ଶିତ ହେବ

