୭ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଆର,ଉଦୟଗିରି ବ୍ଳକର ଅନଘା ଗ୍ରାମପଞ୍ଚାୟତର ବଡଗାଁ ଠାରେ ଶୁଙ୍ଗରାଜ ଜଳଛାୟା ପ୍ରକଳ୍ପ ଓ ମଙ୍ଗରାଜପୁର ପଞ୍ଚାୟତର ଅଂଜରବା ଠାରେ ଲାଜିଂଆ ନାଳ ଜଳ ବିଭାଜିକା ପ୍ରକଳ୍ପ ନାବାର୍ଡ ତରଫରୁ ମଂଜୁର ପ୍ରାପ ହୋଇ ଉଦ୍ଘାଟିତ ହୋଇଥିଲା । ଶୁଙ୍ଗରାଜ ଜଳଛାୟା ପ୍ରକଳ୍ପ ବଡଗାଁ ଉଦ୍ଘାଟନ ଉତ୍ସବରେ ଜଳଛାୟା ପ୍ରକଳ୍ପ ନିର୍ଦେଶକ ସୁରେଶ କୁମାର ପଟ୍ଟନାୟକ, ଆର, ଉଦୟଗିରି ଗୋଷ୍ଠି ଉନ୍ନୟନ ଅଧିକାରୀ ଲାରିମନ ଖର୍ସେଲ, ନାବାର୍ଡ ଜିଲ୍ଲା ଉନ୍ନୟନ ଅଧିକାରୀ ପ୍ରତୀକ ପଣ୍ଡା, 
ସୁରକ୍ଷା ସଙ୍ଗଠନର ସମ୍ପାଦକ ଏସ୍ ଭେଙ୍କଟ ଭାର୍ଗବ ରେଡି ଓ ଅନଘା ସରପଞ୍ଚ ସୁବାସିନି ନାୟକ ଉପସ୍ଥିତ ରହି ଜଳଛାୟାର ପ୍ରକଳ୍ପର ଲକ୍ଷ୍ୟ ଉଦ୍ଦେଶ୍ୟ ତଥା ପ୍ରକଳ୍ପ ଅଂଚଳର ଜୀବିକାର ଉନ୍ନତି ବିଷୟରେ ଉପସ୍ଥିତ ଲୋକମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଏହି ଅବସରରେ ବଡଗାଁ ଗ୍ରାମବାସୀ ଆର,ଉଦୟଗିରି ବିଡିଓଙ୍କୁ ବଡଗାଁ ସ୍ଥିତ ସରକାରୀ ବିଦ୍ୟାଳୟ ଗୃହ ନିର୍ମାଣ, ରାସ୍ତା ନିର୍ମାଣ, ବିଷୟରେ ଅଭିଯୋଗ କରିଥିଲେ । ବିଡିଓ ଶ୍ରୀ ଖର୍ସେଲ ତୁରନ୍ତ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ପ୍ରତିଶୃତି ଦେବା ସହିତ ରାସ୍ତା ନିମନ୍ତେ ଗ୍ରାମ ଉନ୍ନୟନ ବିଭାଗ ସହ ଯୋଗାଯୋଗ କରି ରାସ୍ତା ମରାମତି ବ୍ୟବସ୍ଥା କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଲାଂଜିଆ ନାଳ ଜଳ ବିଭାଜିକା ପ୍ରକଳ୍ପକୁ ନାବାର୍ଡ ଜିଲ୍ଲା ଉନ୍ନୟନ ଅଧିକାରୀ ଉଦ୍ଘାଟନ କହିଥିଲେ । ଏହି କାର୍ଯ୍ୟକ୍ରମକୁ ସୁରକ୍ଷା ସଙ୍ଗଠନର ଜଳ ବିଭାଜିକା ପ୍ରକଳ୍ପର ପରିଚାଳକ ପ୍ରେମାନନ୍ଦ ବେହେରା, ସୋନାଲିସିଂ, ଗୌରହରି ପଣ୍ଡା ପ୍ରମୁଖ ଆୟୋଜନ କହିଥିଲେ ଓ ଉଭୟ ଜଳବିଭାଜିକା ପ୍ରକଳ୍ପର କମିଟି ତଥା ଗ୍ରାମବାସୀ ସହଯୋଗ କରିଥିଲେ ।

