ଏସି ବିସି ସର୍ଭେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

୭ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଗୁରୁବାର ଦିନ ଗଜପତି ଜିଲ୍ଲା ଆର,ଉଦୟଗିରି ପଞ୍ଚାୟତର ସଭାଗୃହରେ ସୁପରଭାଇଜର ଓ ଗଣାକାରୀ (ଏନୁମରେଟର) ମାନଙ୍କର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ତାଲିମ କାର୍ଯ୍ୟକ୍ରମରେ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରିମନ୍ ଖରସେଲ , ତହସିଲଦାର ଜ୍ୟେତିମୟ ଦାସ, ଏପିଓ ଅକ୍ଷ କୁମାର ବିଷୋୟାରତ୍ନ ଏବଂ W E O ସଞ୍ଜୟ କୁମାର ଲେଙ୍କା ତାଲିମ ପ୍ରଦାନ କହିଥିଲେ । ଏହିଭଲି ଭାବେ ICR ସତ୍ତେ ଫର୍ମ ନିଭୁଲ ଭାବେରେ ପୂରଣ କରାଯାଇ ପାରିବ ଏବଂ ପ୍ରତ୍ୟେକ SEBC ଲୋକଙ୍କୁ ଅନ୍ତର୍ଭୂକ୍ତ କରାଯାଇ ପାରିବ ତା ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥିଲା । ତାଲିମ କାର୍ଯ୍ୟକ୍ରମରେ ୪ ଜଣ ସୁପରଭାଜର ଏବଂ ୨୯ ଜଣ ଏନୁମରେଟଲ ଯୋଗଦାନ ଦେଇଥିଲେ ।

Exit mobile version