ଶିଶୁ ବିକାଶ ପ୍ରକଳ୍ପସ୍ତରୀୟ ପୋଷଣ ପକ୍ଷ ଅନୁଷ୍ଠିତ

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :-  ବଡପଦା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କେନ୍ଦ୍ର ସରକାରଙ୍କ ନିର୍ଦେଶ କ୍ରମେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପସ୍ତରୀୟ ପୋଷଣ ପକ୍ଷ ଅନୁଷ୍ଠିତ ହୋଇଥିଲା । ସିଡିପିଓ ସୁରତି ପ୍ରଧନଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଡିଓ ଲୋକନାଥ ଶବର ଯୋଗ ଦେଇଥିଲେ ଏଥିସହ ସ୍ଥାନୀୟ ପ୍ରିୟାଙ୍କା ପାଣି, ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ସମସ୍ତ ସୁପଭାଇଜର ଓ ଅଙ୍ଗନବାଡି କର୍ମମାନେ ଯୋଗ ଦେଇଥିଲେ । `ଉତ୍ତମ ପୋଷଣ ସୁସ୍ଥ ଜୀବନର ଆଧାର` ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଏଥିସହ ବିଭିନ୍ନ ବିଦ୍ୟାଳୟର ଛାତ୍ରୀ ଓ କିଶୋରୀ ବାଳିକାମାନଙ୍କୁ ନେଇ `ପୁଷ୍ଟିହୀନତା ଦୂର ପାଇଁ ଖାଦ୍ୟର ଗୁରୁତ୍ବ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀ ଛାତ୍ରୀମାନଙ୍କୁ ପୁରସ୍କୂତ କରାଯାଇଥିଲା ।

Exit mobile version