ବିଜୁ ଶ୍ରମିକ ସାମୁକ୍ଷ୍ୟ ସହବନ୍ଧିତ ନିର୍ମାଣ ଶ୍ରମିକ : ନୟାଗଡ ବ୍ଲକ ବୈଠକ ଅନୁଷ୍ଠିତ

ଓଡିଶା ତାଜା ନ୍ୟୁଜ୍ (୧୮ ଜୁନ୍ ଗୁରୁବାର) ନୟାଗଡ :- ବିଜୁ ଶ୍ରମିକ ସାମୁକ୍ଷ୍ୟ ସହବନ୍ଧିତ ନିର୍ମାଣ ଶ୍ରମିକ ନୟାଗଡ ବ୍ଲକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିନୋଦ କୁମାର ନାୟକଙ୍କ ସଭାପତିତ୍ବ ରେ ବିଯୁ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । କରୋନା ମୁକାବିଲା ସମୟରେ ନିର୍ମାଣ ଶ୍ରମିକ ମାନଙ୍କୁ 1500 ଟଙ୍କା ଲେଖାଏଁ ରାଜ୍ୟ ସରକାର ଆର୍ଥିକ ସହାୟତା ଦେଇଥିବାରୁ ବୈଠକରେ ନବୀନ ବାବୁଠାରେ କୃତଜ୍ଞତା ପ୍ରକଟ କରାଯାଇଥିଲା ।

ପଂଚାୟତ ସ୍ତରରେ ସଂଗଠନକୁ ମଜବୁତ କରିବା, ଯେଉଁ ଶ୍ରମିକମାନେ 1500ଟଙ୍କା ପାଇ ନାହାନ୍ତି ସେମାନେ କିପରି ତୁରନ୍ତ ପାଇବେ, ଶ୍ରମିକ ମାନଙ୍କର ଯାହା ସମସ୍ୟା ଅଛି ତାହା ପୂରଣ ନିମନ୍ତେ ରାଜ୍ୟ ମନ୍ତ୍ରୀ ଡ. ଅରୁଣ ସାହୁ ଏବଂ ଜିଲ୍ଲାପ୍ରଶାସନ ସହ ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ ପାଇଁ ବୈଠକରେ ରାଜ୍ୟ ଶ୍ରମିକ ସଂଗଠନ ସହ ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ ଆହ୍ୱାନ ଦେଇଥିଲେ ।

ବୈଠକ ରେ ନୟାଗଡ ବ୍ଲକ ସଭାପତି ଅଜିତ ସାହୁ, ଯୁବ ସଂଗଠକ ଦୁର୍ଯ୍ୟୋଧନ ବେହେରା ଦଲାଲ ମାନଙ୍କୁ ହଟାଇ ଶ୍ରମିକ ମାନେ ନିଜ ହକ ଆଉ ଆଇନ ପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବଟକୃଷ୍ଣ ଜେନା, ଯୋଗେନ୍ଦ୍ର ସାହୁ, ଭଗବାନ ସ୍ୱାଇଁ, ତ୍ରିଲୋଚନ ବେହେରା, ଦୀନବନ୍ଧୁ ଦଳେଇ, ଶିଶିର କୁମାର ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ( ନୟାଗଡ ଜିଲ୍ଲା ରିପୋର୍ଟ – ରାମକୃଷ୍ଣ ରଥ)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version