ଶିକ୍ଷକଙ୍କ ଅଜବ କାରନାମା : ମଦ ପିଇ ଆସି ସ୍କୁଲ୍‌ରେ ଶୋଇଲେ

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଜଳେଶ୍ୱର :- ସ୍କୁଲ୍‌କୁ ମଦ ପିଇ ଆସିଲେ ପ୍ରଧାନ ଶିକ୍ଷକ । ମଦ ଏତେ ମାତ୍ରାରେ ପିଇଥିଲେଯେ ସ୍କୁଲ୍‌ରେ ଆସି ଶୋଇପଡ଼ିଲେ । ଏହା ସହିତ ବିନା କାରଣରେ ଖରାପ ଭାଷାରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଗାଳି କଲେ । ଏନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସ୍କୁଲ୍‌ ଘର ଭିତରେ ସମ୍ପୃକ୍ତ ଶିକ୍ଷକ ଜଣଙ୍କ ନିଶା ନିଶା ରାତି ଗୀତରେ ନାଚୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏପରି ଅଭାବନୀୟ ଦୃଶ୍ୟ ବାଲେଶ୍ୱରର ଜଳେଶ୍ୱର ବ୍ଲକ ତୋଟାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସାମ୍ନାକୁ ଆସିଛି। ସମ୍ପୃକ୍ତ ଶିକ୍ଷକଙ୍କ ପରିଚୟ ମୁଚିରାମ ମାରାଣ୍ଡି ।ସମ୍ପୃକ୍ତ ପ୍ରଧାନ ଶିକ୍ଷକ ମୁଚିରାମ ମାରାଣ୍ଡି ଖବର ଅନୁସାରେ, ସ୍କୁଲ ଶ୍ରେଣୀ ଗୃହରେ ଆସି ଶୋଇପଡ଼ିଲେ ପ୍ରଧାନ ଶିକ୍ଷକ । ଛାତ୍ରଛାତ୍ରୀ ଏହା ଦେଖି ଶିକ୍ଷକ ମଦ ପିଇଥିବା ସନ୍ଦେହରେ ଅଭିଭାବକଙ୍କୁ ଜଣାଇଥିଲେ । ଏହାପରେ ଅଭିଭାବକ ଓ ଗାଁଲୋକ ଆସି ଶିକ୍ଷକଙ୍କୁ ଘେରଉ କରିଥିଲେ । ସମ୍ପୃକ୍ତ ଶିକ୍ଷକ ଜଣଙ୍କ ନିଶା ନିଶା ରାତି, ଆ ସୁନା ଘରୁ ବାହାରିଆ ଗୀତ ଲଗାଇ ସ୍କୁଲରେ ନାଚୁଥିଲେ । ଏହି ଖବର ପାଇ ସ୍କୁଲ୍‌ରେ ଅତିରିକ୍ତ ବ୍ଲକ୍‌ ଶିକ୍ଷାଧିକାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ଅଭିଭାବକ ଓ ସ୍କୁଲ୍‌ ପରିଚାଳନା କମିଟି ସହିତ ଆଲୋଚନା କରିଛନ୍ତି ।

ଅତିରିକ୍ତ ବ୍ଲକ୍‌ ଶିକ୍ଷାଧିକାରୀ ଅନ୍ୟପଟେ ପର୍ବ ପର୍ବାଣୀ କିମ୍ବା ଘରକୁ କୁଣିଆ ମଇତ୍ର ଆସିଲେ ମୁଁ ପିଏ କିନ୍ତୁ ସ୍କୁଲକୁ ପିଇକି ଆସେନି । ଟିକେ ଅସୁସ୍ଥ ଲାଗିବାରୁ ଶୋଇପଡ଼ିଥିଲି ବୋଲି ଏନେଇ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ସେ କହିଛନ୍ତି । କିନ୍ତୁ ଗାଁ ଲୋକେ ଛାଡିବାର ନଥିଲେ । ସେଠାରେ ଶିକ୍ଷକଙ୍କର ଏପରି କାରନାମା ପାଇଁ ବୈଠକ ବସିଥିଲା । ଗ୍ରାମବାସୀ ପ୍ରଧାନ ଶିକ୍ଷକଙ୍କର ବଦଳି ଦାବି କରିଥିବା ବେଳେ ଅତିରିକ୍ତ ଶିକ୍ଷା ଅଧିକାରୀ ଏନେଇ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Exit mobile version