ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ୍‌ : ଟ୍ରକ୍‌ରେ ପଶ୍ଚିମବଙ୍ଗକୁ ହେଉଥିଲା ଚୋରା ଚାଲାଣ

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲେଶ୍ୱର :- ଜଳେଶ୍ବର ଟ୍ରକରେ ଗ​‌ଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ପୋଲିସ୍‌ । ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିଲା ଗଞ୍ଜେଇ । ସୂଚନା ପାଇ ଜଳେଶ୍ବର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ପୋଲିସ ଚଢଉ କରିଥିଲା । ଏହି ଚଢ଼ଉରେ ଗଞ୍ଜେଇ ସମେତ ଟ୍ରକକୁ ଜବତ କରାଯାଇଛି । ଏହାସହ ଘଟଣାରେ ୪ ବେପାରୀଙ୍କୁ ଗିରଫ କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜଳେଶ୍ୱର ଏସ.ଡିପିଓ । ସୂଚନା ଅନୁଯାୟୀ, ଏକ ଟ୍ରକରେ ପଶ୍ଟିମବଙ୍ଗକୁ ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ବର ଏସଡିପିଓ ଦିଲ୍ଲୀପ ସାହୁଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଚଢଉ କରିଥିଲା ।ଚଢ଼ଉ ସମୟରେ ୫୪ କେଜି ୧୮୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ମହାରାଷ୍ଟ୍ର ନମ୍ବରର ଏକ ଟ୍ରକକୁ ଜବତ କରିଛି ପୋଲିସ । ଜବତ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ, ୪ ଲକ୍ଷ ୩୨ ହଜାର ଟଙ୍କା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜଳେଶ୍ବର ଏସଡିପିଓ ଦିଲ୍ଲୀପ ସାହୁ । ଗିରଫ ହୋଇଥିବା ୪ ଜଣ ବେପାରୀଙ୍କ ମଧ୍ୟରୁ ଜଣଙ୍କ ଘର ଜଳେଶ୍ବର ଥାନା ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କ ଘର ପଶ୍ଚିମବଙ୍ଗର ବନଗାଉଂ ଥାନା ଅଞ୍ଚଳରେ ବୋଲି ଜଣା ପଡିଛି । ଅଭିଯୁକ୍ତ ମାନଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ଜଳେଶ୍ବର ପୋଲିସ ।

Exit mobile version