Home ଅପରାଧ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ଶିକ୍ଷକ ଥାନାରେ ଅଟକ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୭ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ଯୋଗିମୁଣ୍ଡା ହାଇସ୍କୁଲରେ ଅଧ୍ୟୟନରତ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ସେହି ସ୍କୁଲରେ କାର୍ଯ୍ୟରତ ଜଣେ ଶିକ୍ଷକ ଅସଦାଚରଣ କରିଥିବା ନେଇ ଅଭିଯୋଗ ପରେ ପୁଲିସ ସଂପୃକ୍ତ ଶିକ୍ଷକ ଙ୍କୁ ଥାନାରେ ଅଟକ ରଖିଛି । ଶିକ୍ଷକ ଜଣକ ହେଲେ ସତ୍ୟନାରାୟଣ ନାଏକ । ଅଭିଯୋଗ ଅନୁସାରେ ଯୋଗୀ ମୁଣ୍ଡା ହାଇସ୍କୁଲ ରେ ଅଧ୍ୟୟନ ରତ ଖଲିଆ ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଙ୍କୁ ସେହି ସ୍କୁଲରେ କାର୍ଯ୍ୟରତ ଶିକ୍ଷକ ସତ୍ୟ ନାରାୟଣ ଛାତ୍ରୀ ଜଣଙ୍କୁ କିଛି ପ୍ରଲୋଭନ ଦେଖାଇ ସ୍କୁଲ ପରିସରରୁ ଗତ ମାର୍ଚ୍ଚ ୨୮ ତାରିଖ ଦିନ ବାହାରକୁ ଡାକି ନେଇଥିଲେ । ଛାତ୍ରୀଙ୍କ ବାରଣ ସତ୍ତ୍ବେ ଶିକ୍ଷକ ଜଣକ ଆପତ୍ତି ଜନକ ଅଙ୍ଗ କୁ ସ୍ବର୍ଶ କରିବା ସହ ଛାତ୍ରୀ ଙ୍କ ସହିତ ଜୋରଜବରଦସ୍ତ ଶାରୀରିକ ସଂପର୍କ ସ୍ଥାପନ କରିବାକୁ ଚେଷ୍ଟା କରୁଥିଲେ । କୌଶଳ କ୍ରମେ ଛାତ୍ରୀ ଜଣକ ସେଠାରୁ ଖସି ପଳାଇ ଆସିଥିଲେ । ସେହି ସମୟରେ ସଂପୃକ୍ତ ଶିକ୍ଷଣ ଜଣକ ଘଟଣା ସମ୍ପର୍କରେ ପରିବାର ବର୍ଗଙ୍କୁ କିଛି ନ କହିବାକୁ ଛାତ୍ରୀଙ୍କୁ ହତ୍ୟା ଧମକ ଦେବା ସହ ସ୍କୁଲ ରୁ ବାହାର କରି ଦେବାକୁ ଚେତାବନୀ ଦେଇଥିଲେ । ଘଟଣା ଦିନଠୁ ଛାତ୍ରୀ ଜଣକ ଘରେ ଅନ୍ୟମନସ୍କ ସହ ଭୟଭୀତ ହୋଇ ଏକୁଟିଆ ରହିବାକୁ ଚେଷ୍ଟା କରୁଥିଲେ । ଝିଅ ର ଏପରି ଅବସ୍ଥା ଦେଖି ତାଙ୍କ ମାଆ ବାରମ୍ବାର ପଚାରିବା ପରେ ଝିଅ ଟି ଭୟଭୀତ ଅବସ୍ଥାରେ ଘଟଣା ସମ୍ପର୍କରେ ନିଜ ମାଆଙ୍କୁ କହିଥିଲେ । ଝିଅ ଠାରୁ ସଂପୃକ୍ତ ଘଟଣା ସମ୍ପର୍କରେ ଜାଣିବା ପରେ ବାପା ମାଆ ଆଜି ଥାନାର ଦ୍ଵାରସ୍ଥ ହୋଇ ସଂପୃକ୍ତ ଶିକ୍ଷକ ଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୁଲିସ ଏକ ମାମଲା ରୁଜୁ କରି ସଂପୃକ୍ତ ଶିକ୍ଷକ ଜଣକ ଙ୍କୁ ଥାନା ରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଏସଆଇ ବ୍ରଜକିଶୋର ପଣ୍ଡା ସୂଚନା ଦେଇଛନ୍ତି । ପ୍ରକାଶ ଥାଉ କି ସଂପୃକ୍ତ ଶିକ୍ଷକ ଜଣକ ସ୍କୁଲ ସମୟ ରେ ମଦ୍ୟ ପାନ କରି ଆସୁଥିବା ସହ ପୂର୍ବରୁ ମଧ୍ୟ ଛାତ୍ରୀ ମାନଙ୍କୁ ଅସଦାଚରଣ କରିଆସୁଥିବା ନେଇ ଅଭିଭାବକ ମାନେ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ମୌଖିକ ଅଭିଯୋଗ କରି ଆସୁଥିବା ଅଭିଯୋଗ ହେଉଛି । Categories: ଅପରାଧ, ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026