Home ଓଡ଼ିଶା ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ସାନ ରାଧା କାନ୍ତ ମଠରେ ମଲ୍ଲି ଝୁଲଣ ଅନୁଷ୍ଠିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୭ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି କରଣ ସାହି ଠାରେ ଥିବା ସାନ ରାଧା କାନ୍ତ ମଠ (ନୃସିଂହନାଥ ) ମନ୍ଦିରରେ ଚୈତ୍ର ଶୁକ୍ଳ ଦଶମୀ ଦିନ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଛଅ ଦିନ ଧରି ମହନ୍ତ ମଦନ ଗୋପାଳ ଦାସ ଓ ମଧୁସୂଦନ ଦାସଙ୍କ ତତ୍ୱାବାଧାନରେ ମଲ୍ଲି ଝୁଲଣ ଅନୁଷ୍ଠିତ ହୋଇ ଯାଇଛି । ରାଧାକାନ୍ତ ମହାପ୍ରଭୁ ଓ ନୃସିଂହ ନାଥ ମହାପ୍ରଭୁଙ୍କୁ ନେଇ ଝୁଲଣ ମନ୍ଦିର ପରିସରରେ ଚାଲିଛି । ବସନ୍ତ ଋତୁର ଆଗମନରେ ଧରା ପୃଷ୍ଠରେ ନୂତନ ପୁଷ୍ପ ପ୍ରସ୍ପୃଟିତ ହୋଇଥାନ୍ତି ତନ ମଧ୍ୟରୁ ମଲ୍ଲିକା ପୁଷ୍ପ ସୌନ୍ଦର୍ଯ୍ୟ ଓ ସୁଗନ୍ଧ ଅନୁଭବ କରିବା ପାଇଁ ଶ୍ରୀ ଯୁଗଳ କିଶୋର ଙ୍କୁ ସଖୀ ମଞ୍ଜରି ମାନେ ମଲ୍ଲି ପୁଷ୍ପରେ ଦୋଳି ସଜାଇ ଉଭୟ ଯୁଗଳଙ୍କୁ ବିରାଜ ମାନ କରି ସେବାକାନ୍ତ କରିଥାନ୍ତି। ଉକ୍ତ ପରମ୍ପରା କୁ ଏହି ମଠରେ ଦୀର୍ଘ ୬୦ ବର୍ଷ ଧରି ପାଳନ କରାଯାଉଛି। ମଠର ମହନ୍ତ ମାନଙ୍କ ଦ୍ଵାରା ମଲ୍ଲିକା ଝୁଲଣ ଚାଲିଛି ଓ ଏହି ଝୁଲଣରେ ଭଜନ ସଂକୀର୍ତ୍ତନ ହେବା ସହ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। Categories: ଓଡ଼ିଶା, ଗଜପତି, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026