
୭ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ଼ ଜିଲ୍ଲା ଭାପୁର :- ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ କଇଁଫୁଲିଆ ଗ୍ରାମର ମଝିସାହି ରେ ଥିବା 40 ଫୁଟ କୂଅରୁ ଆଜି ଭୋର 5ଟା ସମୟରେ କ ଇଁଫୁଲିଆ ମଝିସାହିର ଚକ୍ରଧର ସାହୁଙ୍କ ସ୍ତ୍ରୀ ଯଶୋଦା ସାହୁ ବୟସ 70 ଗ୍ରାମରେ ଆୟୋଜିତ ନାଚ ଦେଖିସାରି ଘରକୁ ଫେରୁଥିବl ସମୟରେ କୂଅରେ ପଡିଯାଇଥିଲେ.!
ଏହା ଦେଖି ସ୍ଥାନୀୟ ଲୋକମାନେ ଭାପୁର ଅଗ୍ନିଶ୍ରମ ବାହିନୀକୁ ଫୋନ ଜଣାଇ ଥିଲେ ! ଖବର ପାଇ ଭାପୁର ଅଗ୍ନିଶ୍ରମ ବିଭାଗର ମୁଖ୍ୟା ଅଗ୍ନିକ ରଙ୍କନିଧି ନାୟକଙ୍କ ନେତୃତ୍ୱରେ ଅଗ୍ନିଶ୍ରମ ବାହିନୀ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ରଶି ସାହାଯ୍ୟରେ ଅକ୍ଲାନ୍ତ ପରିଶ୍ରମ କରି 40ଫୁଟ କୂଅ ଭିତରୁ ମହିଳାଙ୍କୁ ଉଦ୍ଧାର କରି ଭାପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ !
