ନୂଆଗଡ଼ ଗ୍ରାମର ପରମ ବୈଷ୍ଣବୀ ମା, ହାଡ଼ବାଇଙ୍କ ଯଞ ଉଦଯାପିତ

ଏପ୍ରିଲ ୭,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମର ଆରାଧ୍ୟ ଦେବୀ ପରମ ବୈଷ୍ଣବୀ ମା,ହାଡ଼ବାଇଙ୍କ ବାର୍ଷିକ ମହାଯଜ୍ଞ ଗୁରୁବାର ରାତିରେ ଉଦଯାପିତ ହୋଇଛି ।ଏହି ମହାଯଜ୍ଞରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା , କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ମହାପାତ୍ର, ରାଜକୁମାରୀ ସ୍ୱାଇଁ, କୌଶିକ୍ ଜେନା, ସୁଶାନ୍ତ କୁମାର ମହାନ୍ତି, ମନୋରଞ୍ଜନ ମିଶ୍ର ,ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମା, ହାଡ଼ବାଇଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇ ଥିଲେ ।ପୂର୍ବତନ ସରପଞ୍ଚ ପୀତବାସ ମହାପାତ୍ର ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ହାଡ଼ବାଇ ପୂଜା କମିଟିର ସମସ୍ତ ସଦସ୍ୟ ଗ୍ରାମର ମୁରବୀ ମାନେ ଅତିଥି ମାନଙ୍କୁ ପୁଷ୍ପଗୁଛ ଉତ୍ତରୀୟ ଦେଇ ସମ୍ବରର୍ଦ୍ଧିତ କରିଥିଲେ । ଯଞର ପୂର୍ଣ୍ଣ ଆହୁତି ପରେ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଯୁବକ ମାନେ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିଥିଲେ ।

Exit mobile version