୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ପ୍ରଫେସର ଅଶୋକ କୁମାର ମହାନ୍ତିଙ୍କ ସାଧନା ଓ ସିଦ୍ଧି ଚିରସ୍ମରଣୀୟ ରହିବ । ଅଧ୍ୟାପନା ଓ ଗବେଷଣା କ୍ଷେତ୍ରରେ ସେ ନୂତନ ମାନକ ନିର୍ମାଣ କରିଥିଲେ । ଛାତ୍ରବତ୍ସଳ ଅଧ୍ୟାପକ ଭାବରେ ସେ ବିପୁଳ ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ ଥିଲେ । ଓଡ଼ିଶା ମାଟିର ଏହି ସୁଯୋଗ୍ୟ ସନ୍ତାନଙ୍କ ସ୍ମ;ୃତି ରକ୍ଷା ନିମନ୍ତେ ବିଶେଷ ପ୍ରୟାସ ହେବା ଦରକାର ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଆଜି ରାଜଭବନର ଅଭିଷେକ ହଲ୍ରେ ଆୟୋଜିତ ଉତ୍ସବରେ ‘ଡ. ଅଶୋକ କୁମାର ମହାନ୍ତି: ଜର୍ଣ୍ଣି ଅଫ୍ ଏ ପ୍ରଫେସର’ ପୁସ୍ତକକୁ ଉନ୍ମୋଚନ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ପ୍ରତିଭା ପ୍ରସବିନୀ ଓଡ଼ିଶା ମାଟିର ମହକ ସାରା ବିଶ୍ୱକୁ ସଂଚରିଯିବା ଦରକାର ।
ଡ. ମହାନ୍ତି ଜଣେ ପ୍ରେରଣାଦାୟୀ ବ୍ୟକ୍ତି ଭାବରେ ଓଡ଼ିଶାର ବୌଦ୍ଧିକ ଜଗତକୁ ଯେଉଁ ଅବଦାନ ଦେଇଛନ୍ତି ତାହାର ମୂଲ୍ୟାୟନ ହେବା ନିତାନ୍ତ ଆବଶ୍ୟକ । ବିଜୁ ପଟ୍ଟନାୟକ ବୈଷୟିକ ମହାବିଦ୍ୟାଳୟର ପୂର୍ବତନ କୁଳପତି ଡ. ଓଁକାରନାଥ ମହାନ୍ତି ପ୍ରଫେସର ମହାନ୍ତିଙ୍କ କୃତି ଓ କୀର୍ତ୍ତି ସଂପର୍କରେ ଆଲୋଚନା କରିଥିଲେ । ଅଜିତ ପଟ୍ଟନାୟକ, ସୃଜନୀ ମହାନ୍ତି, ଡ. ସଂଜୀବ ମହାନ୍ତି ପ୍ରମୁଖ ପ୍ରଫେସର ମହାନ୍ତିଙ୍କ କର୍ମମୟ ଜୀବନ ସଂପର୍କରେ ଆଲୋକପାତ କରିଥିେଲେ । ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ରଙ୍କ ସମେତ ଉତ୍ସବରେ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।
