Home ଅପରାଧ ନାତି IAS. ଆତ୍ମହତ୍ୟା କଲେ ଜେଜେବାପା, ଜେଜେମା’ : ମୃତ୍ୟୁ ପୂର୍ବରୁ ଲେଖିଲେ ହୃଦୟ ବିଦାରକ ସୁଇସାଇଡ୍ ନୋଟ୍ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ନାତି ଆଇଏଏସ୍, ପୁଅ କୋଟିପତି । ଯନ୍ତ୍ରଣା ସହିନପାରି ବିଷ ବଟିକା ଖାଇଲେ ଜେଜେମା’ ଜେଜେବାପା । ୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ନାତି ଆଇଏଏସ୍, ପୁଅ କୋଟିପତି । ଯନ୍ତ୍ରଣା ସହିନପାରି ବିଷ ବଟିକା ଖାଇଲେ ଜେଜେମା’ ଜେଜେବାପା । ମୃତ୍ୟୁ ପୂର୍ବରୁ ଲେଖିଲେ ଛାତିଥରା ସୁଇସାଇଡ୍ ନୋଟ୍ ପୁଅ ନାଁରେ ଅଚଳାଚଳ ସମ୍ପତ୍ତି, ନାତି ଆଇଏଏସ୍ ଅଧିକାରୀ । ହେଲେ ମାନସିକ ଯନ୍ତ୍ରଣା ସହିନପରି ବୁଢା ଜେଜେବାପା, ଜେଜେମା’ କଲେ ଆତ୍ମହତ୍ୟା । ଆଉ ମୃତ୍ୟୁ ପୂର୍ବରୁ ଯେଉଁ ସୁଇସାଇଡ୍ ନୋଟ୍ ଲେଖିଲେ ତାହା ସାରା ଦେଶରେ ଏବେ ଆଲୋଡନ ସୃଷ୍ଟି କରିଛି । ଏପରି ଅଭାବନୀୟ ଘଟଣା ଘଟିଛି ହରିୟାଣା ଚରଖି ଦାଦରୀ ଅଞ୍ଚଳରେ । ନାତି ବିବେକ ଆର୍ଯ୍ୟ ଜଣେ ଆଇ,ଏସ୍ ଅଧିକାରୀ । ଯିଏ ଏବେ ଟ୍ରେନିଂରେ ଅଛନ୍ତି । ପୁଅ ବୀରେନ୍ଦ୍ର ଆର୍ଯ୍ୟ, ଯାହାଙ୍କ ନାଁରେ ରହିଛି ୩୦ କୋଟିରୁ ଅଧିକ ସମ୍ପତ୍ତି । ହେଲେ ବୁଢା ବାପା, ମା’ ଦୁଇଜଣଙ୍କୁ ଖାଇବାକୁ ଗଣ୍ଡେ ଭଲକି ଦେଲେନି । ତା’ ଉପରେ ପୁଣି ନାନାଦି ମାନସିକ ନିର୍ଯାତନା । ଜନ୍ମକଲା ପୁଅଠାରୁ ଏତେ ଯନ୍ତ୍ରଣା ସହିପାରିଲେନି ବୟସ୍କ ମଣିଷ ଦିଟା ଯେ ଶେଷରେ ଜୀବନ ହାରିବାକୁ ଶ୍ରେୟ ମଣିଲେ ଏବଂ ବିଷ ବଟିକା ଖାଇ ଆତ୍ମହତ୍ୟା କଲେ । ବିଷ ଖାଇବା ପରେ ବୃଦ୍ଧ ଜଗଦୀଶ ଆର୍ଯ୍ୟ ପୁଲିସକୁ ଫୋନ କରି ଜଣାଇଲେ । ପୁଲିସ ଆସିବାରୁ ତାଙ୍କ ହାତରେ ଲେଖିଥିବା ସୁଇସାଇଡ୍ ନୋଟ୍ ଧରାଇଲେ । ହେଲେ ସେତେବେଳେକୁ ବୃଦ୍ଧ ଦମ୍ପତ୍ତିଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ ଓ ପରେ ଦାଦରୀ ସିଭିଲ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସୁଇସାଇଡ୍ ନୋଟକୁ ପଢିଥିଲେ ପୁଲିସ ଅଧିକାରୀ, ଯାହା ତାଙ୍କୁ ସ୍ତବ୍ଧ କରିଦେଇଥିଲା । ବୃଦ୍ଧ ଜଣକ ଏଭଳି ଯନ୍ତ୍ରଣାସିକ୍ତ ସୁଇସାଇଟ୍ ନୋଟ୍ ଲେଖିଛନ୍ତି ଯାହା ପଢିଲେ ଆପଣଙ୍କ ଆଖିରୁ ବି ଲୁହ ଝରିଆସିବ । ମୃତ୍ୟୁ ପୂର୍ବରୁ ବୃଦ୍ଧ ଦମ୍ପତ୍ତି ସୁଇସାଇଡ୍ ନୋଟରେ ଲେଖିଛନ୍ତି , ‘ମୁଁ ଜଗଦୀଶ ଚନ୍ଦ୍ର ଆର୍ଯ୍ୟ, ସାରା ସମାଜକୁ ମୋ ଦୁଃଖ କାହାଣୀ ଶୁଣାଉଛି । ମୋ ପୁଅ ପାଖରେ ୩୦ କୋଟିରୁ ଅଧିକ ସମ୍ପତ୍ତି ଅଛି । ହେଲେ ମୋତେ ଖାଇବାକୁ ଦେବାକୁ ତା ପାଖରେ ଦି ପଟ ରୁଟି ନାହିଁ । ଆମେ ସ୍ୱାମୀ ସ୍ତ୍ରୀ ଦୁହେଁ ପୂର୍ବରୁ ସାନ ପୁଅ ପାଖରେ ରହୁଥିଲୁ । ହେଲେ ୬ ବଷ ପୂର୍ବରୁ ସାନ ପୁଅର ଅକାଳ ବିୟୋଗ ହେଲା । କିଛି ଦିନ ଧରି ତା’ ସ୍ତ୍ରୀ ଖାଇବାକୁ ଦେଲା ହେଲେ ପରେ ତା’ର ମୋ ପୁତୁରା ସହ ଅନୈତିକ ସମ୍ପର୍କ କଥା ମୁଁ ଜାଣିପାରି ବିରୋଧ କରିବାରୁ ଆମ ବୁଢା ବୁଢି ଦୁଇ ଜଣଙ୍କୁ ମାଡ ମାରି ଘରୁ ବାହାର କରିଦେଲା । ଆମେ ଦୁହେଁ ଯାଇ ବୃଦ୍ଧାଶ୍ରମରେ ୨ ବର୍ଷ ରହିଲୁ । ଏହା ଭିତରେ ମୋ ସ୍ତ୍ରୀକୁ ହୃଦଘାତ ହୋଇସାରିଥିଲା । ତେଣୁ ବଡ ପୁଅ ପାଖକୁ ଗଲୁ । ହେଲେ ସେମାନଙ୍କ ଦାଉ ଆହୁରି ବଳିପଡିଲା । ଖାଇବାକୁ ଆମକୁ ଦି ପଟ ଶୁଖିଲା ବାସି ରୁଟି ଦେଉଥିଲେ । ବାରମ୍ବାର ଘରୁ ବାହାରିଯିବାକୁ ଧମକ ଦେଉଥିଲେ । ଆଉ କେତେ ଦିନ ଜନ୍ମକଲା ପୁଅ ବୋହୂଙ୍କ ହାତରୁ ଅତ୍ୟାଚାର ସହିଥାନ୍ତୁ । ତେଣୁ ବିଷ ଖାଇବାକୁ ଶେଷ ନିଷ୍ପତ୍ତି ନେଲୁ । ମୋର ଏବଂ ମୋ ସ୍ତ୍ରୀ ମୃତ୍ୟୁର କାରଣ ଆମର ବଡ ପୁଅ , ଦୁଇ ବୋହୂ ଏବଂ ଜଣେ ପୁତୁରା ଅଟନ୍ତି । ଏମାନେ ସମସ୍ତେ ମିଶି ଆମକୁ ଯେତିକି କଷ୍ଟ ଦେଇଛନ୍ତି ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି ସମାଜର କୌଣସି ସନ୍ତାନ ସେମାନଙ୍କ ବାପା, ମା’ଙ୍କ ଉପରେ ନକରନ୍ତୁ । ମୋତେ ଶୁଣୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୋର ଅନୁରୋଧ କେହିବି ଏତେ ନିଷ୍ଠୁର ନହୁଅନ୍ତୁ, । ବାପା,ମା’ଙ୍କୁ ନିର୍ଯାତନା ଦେଉଥିବା ସନ୍ତାନଙ୍କୁ କଠୋରରୁ କଠୋର ଶାସ୍ତି ମୁିଳୁ । ତାହେଲେ ଯାଇ ମୋ ଆତ୍ମା ଶାନ୍ତି ପାଇବ । ମୋ ନାଁରେ ଯାହା ସମ୍ପତ୍ତି ଅଛି ତାକୁ ଆର୍ଯ୍ୟ ସମାଜ ନାଁରେ କରିଦିଆଯାଉ’ । ସୁଇସାଇଡ୍ ନୋଟ୍ ଆଧାରରେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେରା କରିବା ସହ ଖୋଳତାଡ ଚଳାଇଛି । Categories: ଅପରାଧ, ଓଡ଼ିଶା, ମହାନଗର, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026