ରଣପୁର ବ୍ଳକ କଂଗ୍ରେସ କମିଟି ତରଫରୁ ଶହୀଦ୍ ଦିବସ ପାଳିତ ହୋଇଛି

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ରଣପୁର ବ୍ଳକ କଂଗ୍ରେସ କମିଟି ତରଫରୁ ପାଳିତ ହୋଇଛି ଏପ୍ରିଲ ତା ୪ ରିଖ କୁ ସ୍ମରଣ କରିବା ପାଇଁ ସାରା ରାଜ୍ୟ ରେ ଶହୀଦ୍ ଦିବସ ପାଳିତ ହୋଇଛି । ରଣପୁର ଅଞ୍ଚଳର ରଘୁନାଥ ମହାନ୍ତି ଓ ଦିବାକର ପରିଡା ଦୁଇ ବରପୁତ୍ରଙ୍କୁ ଆଜିର ଦିନ ରେ ଫାଶି ଦିଆଯାଇଥିଲା । ଏହି ସ୍ମୃତି କୁ ମନୋ ପକାଇବା ପାଇଁ ଆଜି ରଣପୁର ବ୍ଳକ କଂଗ୍ରେସ କମିଟି ତରଫରୁ ପାଳିତ ହୋଇଛି ।ରଣପୁର ପଞ୍ଚୁଦୋଳ ପଡିଆ ଠାରେ ଶହୀଦ ରଘୁ ଦିବାକର ଙ୍କ ପ୍ରତିମୂତି ରେ ମାଲ୍ଯପଣ କରାଯାଇଥିଲା । ରଘୁ ଦିବାକର ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇ ସ୍ମୃତି ଚାରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସାଧରଣ ସମ୍ପାଦକ ବାଳକୃଷ୍ଣ ଷଡ଼ଙ୍ଗୀ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ମୀରୂଅବୁବାରିସିଦ୍ଦିକ୍, ଛାତ୍ର ନେତା ପ୍ରକାଶ ନାୟକ ପ୍ରଭୃତି କଂଗ୍ରେସ କର୍ମୀ ମାନେ ଯୋଗଥିଲେ ।

Exit mobile version