Home ଓଡ଼ିଶା ବୈଶାଖମେଳା ପରିଚାଳନା କମିଟି ଓ ପ୍ରଶାସନିକ ଅଫିସର ମାନଙ୍କ ମିଳିତ ବୈଠକ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଇକମାଳ :- ପଶ୍ଚିମ ଓଡିଶା ର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମ ମହୋତ୍ସବ ତଥା ବୈଶାଖ ମେଳା ଆସନ୍ତା ମଇ ଏକ ତାରିଖ ରୁ ପାଞ୍ଚ ତାରିଖ ଯାଏ ଅନୁଷ୍ଠିତ ହେବ | ଏହି ମେଳା ସୁନ୍ଦର ଭାବରେ ପରିଚାଳନା କରିବା ପାଇଁ ମଙ୍ଗଳବାର ଭୋଗ ମଣ୍ଡପ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମନ୍ଦିର ଟ୍ରଷ୍ଟି ସୁରେନ୍ଦ୍ର ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୈଶାଖ ମେଳା ପରିଚାଳନା କମିଟି ୩୫ ଜଣ ସଭ୍ୟ ଓ ସ୍ଥାନୀୟ ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇ ଥିବା ବେଳେ ଅତିଥି ଭାବରେ ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର ତଥା ଏସ୍ ଡି ପି ଓ ବିଭୁତି ଭୁଷଣ ଭୋଇ ଯୋଗ ଦେଇଥିଲେ । ସଭାରେ ଶାନ୍ତି ଶୃଙ୍ଖଳା ସହ ସମସ୍ତ କାମ କରାଯିବା ପାଇଁ କମିଟି ସଭ୍ୟ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ଉପ ଜିଲ୍ଲାପାଳ ସୁଚିନ୍ତିତ ମତାମତ ସହ ଉପଦେଶ ଦେଇଥିଲେ । ଦୋକାନୀ ମାନଙ୍କ ପାଇଁ ସ୍ଥାନ ନିରୂପଣ ଓ ସୌଦର୍ଯ୍ୟ କରଣ ପାଇଁ କରାଯାଉଥିବା ନିର୍ମାଣ କାମକୁ ୨୦ତାରିଖ ସୁଦ୍ଧା ବନ୍ଦ କରାଯାଇ ରାସ୍ତା ଚାରିପଟକୁ ଗମନା ଗମନ ପାଇଁ ସୁବିଧା କରିବାକୁ ପ୍ରସ୍ତାବ ନିଆଯାଇଥିଲା । ବିଦ୍ୟୁତ୍,ପାନୀୟ ଜଳ, ଶାନ୍ତି ଶୃଙ୍ଖଳା, ସଂସ୍କୃତିକ କାର୍ଯ୍ୟକ୍ରମ, ଅଭ୍ୟର୍ଥନା, ସ୍ବାସ୍ଥ୍ୟ ଆଦି ୯ଟି କମିଟି କରାଯାଇଥିଲା । ଏହି କମିଟି ନିଜ ନିଜ ମଧ୍ୟରେ ଯୋଗାଯୋଗ କରି ଆହୁରି ଅନେକ ଆଲୋଚନା କରି ବୈଠକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଶେଷରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ବରଗଡ଼, ହୋମ୍ Related Content ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ମାଲକାନଗିରିରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା : ୬୨ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ by Proprietor Abhimanyu Maharana November 1, 2026 ଗାଁ ସମ୍ପୂର୍ଣ ଅନ୍ଧାର, ବିପନ୍ନଙ୍କୁ ମିଳୁଛି ଗୋଳିଆ ପାଣି by Proprietor Abhimanyu Maharana November 1, 2026 ଶିଶୁମାନଙ୍କ ପାଇଁ ମୌଳିକ ଭେଣ୍ଟିଲେସନ୍ କର୍ମଶାଳା : ଆଇଏପି ଓଡ଼ିପେଡିକନ୍ ୨୦୨୬ର ଏକ ପ୍ରାକ୍ - ସମ୍ମିଳନୀ କର୍ମଶାଳା by Proprietor Abhimanyu Maharana November 1, 2026 Basic Pediatric Ventilation Workshop – A Pre-Conference Workshop of IAP ODIPEDICON 2026 by Proprietor Abhimanyu Maharana November 1, 2026 ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ କନ୍ଧମାଳ ପ୍ରଶାସନର ତତ୍ପରତା : ରବିବାର ମଧ୍ୟ ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ by Proprietor Abhimanyu Maharana November 1, 2026 ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ by Proprietor Abhimanyu Maharana November 1, 2026