Home ଓଡ଼ିଶା ବୈଶାଖମେଳା ପରିଚାଳନା କମିଟି ଓ ପ୍ରଶାସନିକ ଅଫିସର ମାନଙ୍କ ମିଳିତ ବୈଠକ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଇକମାଳ :- ପଶ୍ଚିମ ଓଡିଶା ର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମ ମହୋତ୍ସବ ତଥା ବୈଶାଖ ମେଳା ଆସନ୍ତା ମଇ ଏକ ତାରିଖ ରୁ ପାଞ୍ଚ ତାରିଖ ଯାଏ ଅନୁଷ୍ଠିତ ହେବ | ଏହି ମେଳା ସୁନ୍ଦର ଭାବରେ ପରିଚାଳନା କରିବା ପାଇଁ ମଙ୍ଗଳବାର ଭୋଗ ମଣ୍ଡପ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମନ୍ଦିର ଟ୍ରଷ୍ଟି ସୁରେନ୍ଦ୍ର ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୈଶାଖ ମେଳା ପରିଚାଳନା କମିଟି ୩୫ ଜଣ ସଭ୍ୟ ଓ ସ୍ଥାନୀୟ ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇ ଥିବା ବେଳେ ଅତିଥି ଭାବରେ ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର ତଥା ଏସ୍ ଡି ପି ଓ ବିଭୁତି ଭୁଷଣ ଭୋଇ ଯୋଗ ଦେଇଥିଲେ । ସଭାରେ ଶାନ୍ତି ଶୃଙ୍ଖଳା ସହ ସମସ୍ତ କାମ କରାଯିବା ପାଇଁ କମିଟି ସଭ୍ୟ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ଉପ ଜିଲ୍ଲାପାଳ ସୁଚିନ୍ତିତ ମତାମତ ସହ ଉପଦେଶ ଦେଇଥିଲେ । ଦୋକାନୀ ମାନଙ୍କ ପାଇଁ ସ୍ଥାନ ନିରୂପଣ ଓ ସୌଦର୍ଯ୍ୟ କରଣ ପାଇଁ କରାଯାଉଥିବା ନିର୍ମାଣ କାମକୁ ୨୦ତାରିଖ ସୁଦ୍ଧା ବନ୍ଦ କରାଯାଇ ରାସ୍ତା ଚାରିପଟକୁ ଗମନା ଗମନ ପାଇଁ ସୁବିଧା କରିବାକୁ ପ୍ରସ୍ତାବ ନିଆଯାଇଥିଲା । ବିଦ୍ୟୁତ୍,ପାନୀୟ ଜଳ, ଶାନ୍ତି ଶୃଙ୍ଖଳା, ସଂସ୍କୃତିକ କାର୍ଯ୍ୟକ୍ରମ, ଅଭ୍ୟର୍ଥନା, ସ୍ବାସ୍ଥ୍ୟ ଆଦି ୯ଟି କମିଟି କରାଯାଇଥିଲା । ଏହି କମିଟି ନିଜ ନିଜ ମଧ୍ୟରେ ଯୋଗାଯୋଗ କରି ଆହୁରି ଅନେକ ଆଲୋଚନା କରି ବୈଠକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଶେଷରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ବରଗଡ଼, ହୋମ୍ Related Content ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ by Proprietor Abhimanyu Maharana April 27, 2026 ବ୍ଲକସ୍ତରୀୟ ଜତୀୟ ପଞ୍ଚାୟତି ରାଜ ଦିବସ ପାଳିତ : ୪୩ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ by Proprietor Abhimanyu Maharana April 27, 2026 ଗଞ୍ଜେଇର ଚରାଭୂଇଁ ପାଲଟିଛି ଗଜପତି, ୪ମାସରେ ଜବତ ହେଲାଣି ୧୬ ଟନ୍, ଦମନ କରିବାକୁ ଅଣ୍ଟା ଭିଡ଼ିଛି ପୁଲିସ by Proprietor Abhimanyu Maharana April 27, 2026 ମୋହନା ବ୍ଲକରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳନ by Proprietor Abhimanyu Maharana April 27, 2026 ଦୁର୍ଗମରେ ଫେଲ ମାରିଛି ବସୁଧା ଯୋଜନା by Proprietor Abhimanyu Maharana April 27, 2026 ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପ ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana April 26, 2026