ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ଦଶପଲ୍ଲା ବିଧାୟକ ଏବଂ ଜନସାଧାରଣ

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ଯୋଗୁଁ ବିକାଶ ର ମାଇଲ ଖୁଣ୍ଟରେ ଯୋଡ଼ି ହୋଇଛି ନୂଆଗାଁ ବ୍ଲକ୍ । ଯାହାକି ନୂଆଗାଁ ତହସିଲରେ ଖୋଲିଛି ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ । ନୟାଗଡ ଜିଲ୍ଲା ନୂଆଗାଁ ତହସିଲ କାର୍ଯ୍ୟାଳୟ ପରିସରରେ ନୂତନ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଜନସାଧାରଣ ଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ସଭା ଅନୁଷ୍ଠିତ ହୋଇଯାଇଛି ।ତହସିଲଦାର ହେମନ୍ତ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଉଦଘାଟନ କରିବା ସହ ଓଡ଼ିଶାରେ ୧୩ ଟି ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଅନୁମୋଦନ ହୋଇଥିବା ବେଳେ ସେଥିମଧ୍ୟରୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ ଏବଂ ଗଣିଆ ତହସିଲରେ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଖୋଲିବା ପାଇଁ ଅନୁମୋଦନ ମିଳିଥିବାରୁ ଦଶପଲ୍ଲା ବିଧାୟକ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ । ତତ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଲପାଇବା ଯୋଗୁଁ ଆଜିର ଦିବସ ଏକ ସ୍ମରଣୀୟ ହୋଇ ପାରିଛି ଏବଂ ଜମି ରେଜିଷ୍ଟ୍ରେସନ ପାଇଁ ଦୀର୍ଘ ୨୦ କିମି ରୁ ଅଧିକ ଦୂର ଆଉ ଲୋକମାନଙ୍କୁ ନୟାଗଡ କିମ୍ବା ଓଡ଼ଗାଁ କୁ ଯିବାକୁ ପଡ଼ିବ ନାହିଁ ବୋଲି ଦଶପଲ୍ଲା ବିଧାୟକ କହିଥିଲେ । ବିଶିଷ୍ଠ ଅତିଥି ଭାବେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଯୋଗଦେଇ ଦଶପଲ୍ଲା ବିଧାୟକଙ୍କ ଅହରହ ପ୍ରଚେଷ୍ଟା ଯୋଗୁଁ ନୂଆଗାଁ , ଗଣିଆ ରେ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଖୋଲିପାରିଥିବା କହିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଡ଼ିଓ ସଚିତାନନ୍ଦ ମିଶ୍ର,୧୭ ନଂ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା ପ୍ରମୁଖ ଯୋଗ ଦେଇ ଏଭଳି ସଫଳତା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ରେ ଶହ ଶହ ମହିଳା ,ଜନସାଧାରଣ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ କୃତଜ୍ଞତା ଜଣାଇଥିଲେ ।ପରିଶେଷରେ ଅତିରିକ୍ତ ତହସିଲଦାର କବିରାଜ ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Exit mobile version