୪ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- କଟକର ବିଡାନାସି ନିକଟସ୍ଥ ଚହଟା ଠାରେ ଥିବା ରାମମନ୍ଦିର ପରିସରରେ ଆଜି ଭୋର ସମୟରେ, ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ଅସିମାନନ୍ଦ ସରସ୍ୱତୀ ମହାରାଜାଙ୍କର ୮୮ବର୍ଷ ବୟସରେ ପରଲୋକ ହୋଇଯାଇଛି । 
ସ୍ୱାମୀଜି ଏକାଧାରରେ ଜଣେ ଆଧ୍ୟାତ୍ମିକ ଗୁରୁ ଓ ସମାଜ ସଂସ୍କାରକ ଥିଲେ । ସ୍ବାମୀ ନିଗମାନନ୍ଦ ସରସ୍ବତୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ଶଙ୍କରାଚାର୍ଯ୍ୟ ଙ୍କ ଠାରୁ ସନ୍ୟାସ ଦୀକ୍ଷା ଗ୍ରହଣ କରିଥିଲେ । ବିଶ୍ବ ହିନ୍ଦୁ ପରିଷଦ ର ଜଣେ ମାର୍ଗଦର୍ଶକ ସହ ବହୁ ଅନୁଷ୍ଠାନ ସହ ଜଡ଼ିତ ଥିଲେ ।

