କାର ଧକ୍କାରେ ବୃଦ୍ଧା ମୃତ, ମୃତଶବ ରାସ୍ତା ରଖି ରାସ୍ତା ଅବରୋଧ ଗ୍ରାମବାସୀ

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- କାର ଧକ୍କା ରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୋହନା ଥାନାର ପୋଡାଶଙ୍ଖ ହନୁମାନ ମନ୍ଦିର ନିକଟରେ କୁମାରୀ ଶବର ଏହି ଦୁର୍ଘଟଣା ଘଟିଥିଲା । ବୃଦ୍ଧା ଜଣକ କୌଣସି କାମରେ ଲୁହାଗୁଡି ଯାଉଥିବା ବେଳେ ମୋହନାରୁ ବ୍ରହ୍ମପୁର ଅଭୀମୁଖେ ଯାଉଥିବା କାର (ନମ୍ବର ଓ ଡି୦୭ଏଫ) ବୃଦ୍ଧାଙ୍କୁ ପଛପଟୁ ଧକ୍କା ଦେଇଥିଲା ।ଗୁରୁତ୍ବର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମୋହନା ଡାକ୍ତରଖାନରେ ଭତ୍ତି କହିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇଥିବା ଗାଡିକୁ ଅଟକାଇ ଗ୍ରାମବାସୀ ବ୍ରହ୍ମପୁର ରୁ ମୋହନା ଓ ପାରଳାଖେମଣ୍ଡ ରାସ୍ତା ରୋକୋ କରିଥିଲେ । ଘଟଣା ସ୍ଥଳକୁ ଗାଡି ସାଉକାର ପହଞ୍ଚି ମୃତ ପରିବାର କ୍ଷେତି ପୂରଣ ଦେବାକୁ ପ୍ରତିସୃତି ପରେ ରାସ୍ତା ରୋକ ହଟିଥିଲା ।

Exit mobile version