୩ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଜଟଣୀ ପୁସ୍ତକ ମେଳା ସମିତି ପକ୍ଷରୁ ବିକାଶ ନଗର ସ୍ଥିତ ଉତ୍ତରାୟଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରି ସଭାପତି କୁମାର ମୋହନ ମହାନ୍ତିଙ୍କ ସଭାପତିତ୍ବରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆସନ୍ତା ଏପ୍ରିଲ ୬ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ ଜଟଣୀ ଟାଉନ୍ ହଲ୍ ସ୍ରଷ୍ଟା ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି ପୁସ୍ତକ ମେଳାର ଉଦ୍ ଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ନାଇଜରର ନିର୍ଦ୍ଦେଶକ ସୁଧାକର ପଣ୍ଡା ଯୋଗଦେବେ ବୋଲି ସମିତି ପକ୍ଷରୁ କୁହାଯାଇଛି । 
ଏହି ପୁସ୍ତକ ମେଳା କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ପାଖାପାଖି ୨୫ଜଣ ପ୍ରକାଶକ ଯୋଗଦେବେ । ଏଥିସହିତ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ଉଲଲେଖନୀୟ ସଫଳତା ହାସଲ କରିଥିବା ୧୫ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ । ପୁସ୍ତକ ମେଳାରେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯିବା ସହ ପୁରସ୍କାର ପ୍ରଦାନ କରାଯିବ ବୋଲି ସଂପାଦକ ଅକ୍ଷୟ କୁମାର ମହାନ୍ତି ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ କୋଷାଧକ୍ଷ କ୍ଷୀରୋଦ କୁମାର ନନ୍ଦ,ପ୍ରତିଯୋଗିତା ସଂଯୋଜକ ଭବାନୀ ଶଙ୍କର ମହାପାତ୍ର,ଯୁଗ୍ମ ସମ୍ପାଦକ ଶଶୀ ରଥ,ପଦ୍ମନାଭ ପାଣିଗ୍ରାହୀ,ସଭ୍ୟ ବିଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଯୁଗ୍ମ ସମ୍ପାଦକ ସୁଶାନ୍ତ କୁମାର ରାଉତ ଧନ୍ୟବାଦ ଦେଇଥିଲେ ।

