୩ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ :- ଇଟାମାଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଜନ ଆରେ଼ାଗ୍ୟ ସମିତି ବୈଠକ ଅନଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ଆସିଶି ଅଗ୍ରୱାଲା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ବଡପଣ୍ଡୁସର୍ ଗୋଷ୍ଟି ସ୍ବାସ୍ଥ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଆଶୁତୋଶ ପଟ୍ଟନାୟକ ଓ ରାଜେଶ ମିଶ୍ର ସଭା କାଯ୍ୟ ପରିଚାଳନା କରିଥିଲେ । ଡାକ୍ତର ମଦାକିନି ତ୍ରିପାଠୀ , ବ୍ଲକ କାଯ୍ୟାକ୍ରମ ପରିଚାଳକ ବିଶ୍ଵ ରଜନ ଶୁଭୁଧି ,ଦୀପକ ଦଳବେହେରା,
ଜନ ଆରେ଼ାଗ୍ୟ ସମିତି ସଦସ୍ୟ ଉପସ୍ଥିତ ଥିଲେ । ମେଡ଼ିକାଲରେ ନୂତନ ଘର ତିଆରି ଓ କ୍ରମଚାରି ମାନକ ପାଇଁ ଘର ନିର୍ମାଣ କରିବା ପାଇଁ ପଦକ୍ଷେପ ନିଆଯିବା ସହିତ ଏକ LT ଦବା ପାଇଁ କୁହାଯାଇଛି । କାୟକଳ୍ପ କାମରେ ମେଡିକାଲ କୁ ଉନତ ମାନର ବୃକ୍ଷରୋପଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଜ୍ଞାନରଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

