ନୂଆଗଡ଼ ଗ୍ରାମର ମା, ହାଡ଼ବାଇଙ୍କ ବାର୍ଷିକ ମହାଯଞ ଆରମ୍ଭ

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ । କଟକ ସଦର ଥାନା ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମର ପରମ ବୈଷ୍ଣବୀ ମା, ହାଡ଼ବାଇଙ୍କ ଅଷ୍ଟମ ବାର୍ଷିକ ମାତୃଶକ୍ତି ମହାଯଞ ସୋମବାର ଠାରୁ ଆରମ୍ଭ ହୋଇଛି । ଏହା ୬ ତାରିଖ ଚୈତ୍ର ପୂର୍ଣ୍ଣିମା ସନ୍ଧ୍ୟାରେ ଉଦଯାପିତ ହେବ । ଏନେଇ ଆଜି ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ଶ୍ରଦ୍ଧାଳୁ ବଳିଆ ବାବାଙ୍କ ଆଶ୍ରମ ସମ୍ମୁଖ ପୁରୀ ମେନ୍ କେନାଲରେ କଳସ ବୁଡାଇଥିଲେ । ପୂଜା ପାଠ ପରେ ଶ୍ରଦ୍ଧାଳୁ ମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଦୂଲାଦେବୀ ମନ୍ଦିର ଚାରିପଟ ପରିକ୍ରମା କରି ନୂଆଗଡ଼ର ବାଲୁଙ୍କେଶ୍ୱର ମହାଦେବ ଏବଂ ଗ୍ରାମ ପରିକ୍ରମା କରି , ବାଣଫୁଟାଇ , ଘଣ୍ଟ , ସଂକୀର୍ତ୍ତନ ବାଜା ବଜାଇ କଳସ ଶୋଭାଯାତ୍ରାରେ ଆସି ମା, ହାଡ଼ବାଇଙ୍କ ପୀଠ ଯଞସ୍ଥଳୀରେ ପହଞ୍ଚି କଳସ ସ୍ଥାପନ କରିଥିଲେ । ଏହି କଳସ ଶୋଭାଯାତ୍ରା ଦେଖିବା ପାଇଁ ଜନସାଧାରଣଙ୍କର ଭିଡ଼ ଲାଗିଥିଲା । ଏଥିରେ ଗ୍ରାମର ସମସ୍ତ ଯୁବକ, ବୟଜ୍ୟେଷ୍ଠ ବ୍ୟକ୍ତି ଏବଂ ମୁରବୀ ମାନେ ଯୋଗ ଦେଇ ଯଞ କାର୍ଯ୍ୟକୁ ପରିଚାଳନା କରୁଛନ୍ତି ।

Exit mobile version