
୨ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- ଦିବ୍ୟାଙ୍ଗ ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ହେଲେ ତୃଣମୂଳ ସ୍ତରରେ ଏହାର ଲାଭ ଉଠାଇ ପାରୁ ନାହାନ୍ତି ଦିବ୍ୟାଙ୍ଗ । ଏହିଭଳି ଏକ ଚିତ୍ର ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ, ବନ୍ଧହୁଡା ଗାଁର ମୂରଲୀ ନାଏକ ଙ୍କର ଦୁଇ ପୁଅ ଗଣେଶ ନାଏକ ଓ ଜଣେ କାର୍ତ୍ତିକ ନାଏକ । ଦୁଇ ଜଣ ଯାଆଁଳା ଦିବ୍ୟଙ୍ଗ ଭାଇ । ଜଣେ ଅନ୍ୟର ହାତ ଧରି ବାଟ ଚାଲୁଛି । ହେଲେ ସରକାରୀ ସହାୟତାରୁ ଏ ଦୁଇଭାଇ ବଞ୍ଚିତ । ପାଠ ପଢ଼ିବାକୁ ଇଛା ଥିଲେ ମଧ୍ୟ ଆଖିକୁ ଦେଖା ଯାଉନଥିଲା ବେଳେ ଆର୍ଥିକ ଅନାଟନ ବାଧକ ସାଜିଛି । ଏହି ଦୁଇଭାଇଙ୍କୁ ଯଦି କୌଣସି ବଦ୍ୟାନ ବ୍ୟକ୍ତି କିମ୍ବା ସ୍ୱଛାସେବୀ ଅନୁଷ୍ଠାନ ସହଯୋଗର ହାତ ବଢ଼ାଇଲେ ବିଚରା ଦୁଇ ଭାଇ ପାଠ ପଢି ପାରନ୍ତେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।

