ଶ୍ରେଷ୍ଠ ଏ ଏସ ଆଇ ଭାବେ ଦାମୋଦର ସାହୁ ପୁରସ୍କୃତ

୨ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଢେଙ୍କାନାଳ ଜିଲ୍ଲାର ଉପାନ୍ତ ଇଲାକା ତଥା ଆଦିବାସୀ ଅଧ୍ୟୁସିତ କଙ୍କଡାହାଡ ଥାନାରେ ଏ ଏସ ଆଇ ଭାବେ କାର୍ଯ୍ୟରତ ଶ୍ରୀଯୁକ୍ତ ଦାମୋଦର ସାହୁ ଙ୍କୁ ଶ୍ରେଷ୍ଠ ଏ ଏସ ଆଇ ଭାବେ ପବିତ୍ର ଉତ୍କଳ ଦିବସ ( ପୋଲିସ ପ୍ରତିଷ୍ଠା ଦିବସ) ରେ ପୁରସ୍କୃତ କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଂଜନ ମହାପାତ୍ର ମାନପତ୍ର ପ୍ରଦାନ କରି ଏ ଏସ ଆଇ ଶ୍ରୀଯୁକ୍ତ ସାହୁ ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରୀଯୁକ୍ତ ସାହୁ ତା ୧.୭.୧୯୮୭ ମସିହାରେ ପୋଲିସ ବିଭାଗରେ ନିଯୁକ୍ତ ହୋଇ ତାଙ୍କ କର୍ମମୟ ଜୀବନ ଆରମ୍ଭ କରି ଢେଙ୍କାନାଳ ସଦର , ଗଁନ୍ଦିଆଁ , ଭୁବନ ଥାନା ସମେତ ସୁରପ୍ରତାପପୁର ଫାଣ୍ଡି ଅଫିସର ଭାବେ କାର୍ଯ୍ୟ କରି ଅତୀତରେ ଉତମ କର୍ତବ୍ୟ ସକାଶେ ବହୁବାର ପ୍ରଶଂସିତ ହୋଇଛନ୍ତି । ଶ୍ରୀଯୁକ୍ତ ସାହୁ ଜଣେ “ ଫ୍ରେଣ୍ଡଲି ପୋଲିସ ଓ ପିପୁଲ୍ସ ପୋଲିସ ”ଭାବେ ସୁପରିଚିତ ଅଟନ୍ତି । ଶ୍ରୀଯୁକ୍ତ ସାହୁ ଶ୍ରେଷ୍ଠ ଏ ଏସ ଆଇ ଭାବେ ପୁରସ୍କୃତ ହେବା ପରେ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଉଛି ।

Exit mobile version