୨ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ରାମ ନବମୀ।ମର୍ଯ୍ୟଦା ପୁରୁଷ ଶ୍ରୀରାମ ଚନ୍ଦ୍ର ଙ୍କ ପବିତ୍ର ଜନ୍ମ ତିଥି।ଏହି ପବିତ୍ର ତିଥି ରୁ ଆରମ୍ଭ ହୋଇଛି ପୁରୀ ର ପ୍ରସିଦ୍ଧ ସାହିଯାତ।ଯାହା ରାମ ନବମୀ ଠାରୁ ଶ୍ରୀରାମଚନ୍ଦ୍ର ଙ୍କ ରାଜ୍ୟାଭିଷେକ ପର୍ଯ୍ୟନ୍ତ ଅର୍ଥାତ ଅପ୍ରେଲ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।ଆଜି କାଳୀକାଦେବୀ ସାହିରୁ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି।ଜିଲ୍ଲାପାଳ ସମର୍ଥ ବର୍ମା ସଂଧ୍ୟାରେ କାଳୀକାଦେବୀ ସାହିରେ ପହଞ୍ଚି ଥିଲେ।ସାହି ପକ୍ଷରୁ ଜିଲ୍ଲାପାଳ ଙ୍କୁ ସ୍ୱାଗତ କରାଯାଇଥିଲା।ପରେ ରାମ,ଲକ୍ଷ୍ମଣ,ଭରତ ଓ ଶତ୍ରୁଘ୍ନ ଋଷ୍ୟଶୃଙ୍ଗ ମୁନି ଙ୍କ ସହ ଶ୍ରୀମନ୍ଦିର କୁ ଗସ୍ତ କରିଥିଲେ।ସେଠାରେ ଶ୍ରୀରାମଙ୍କ ଜନ୍ମ ନିତୀ ଅନୁଷ୍ଠିତ ହେବା ପରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନାଗା ମେଢ,ସପ୍ତଶୀରା,ନବଶୀରା,ନୃସିଂହ ମେଢ, ପଞ୍ଚମୁଖୀ ହନୁମାନ, ବୀରକର୍ଣ୍ଣ ଇତ୍ୟାଦି କଳା ପ୍ରଦର୍ଶନ କରି ବନ୍ଧୁ ସାହି ମାଟି ମଣ୍ଡପ ସାହି ପରିକ୍ରମା କରିଥିଲା।
ମାଟି ମଣ୍ଡପ ସାହିରେ କାଳୀକାଦେବୀ ସାହିର ଏହି ଶୋଭାଯାତ୍ରା କୁ ବିପୁଳ ସ୍ୱାଗତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା , ଦୋଳମଣ୍ଡପ ସାହିର ଉପସଭାପତି ରାମଚନ୍ଦ୍ର ଦାସମହାପାତ୍ର, ସାହି ସଦସ୍ୟ ଚକ୍ରଧର ମହାପାତ୍ର ,ବାଲିସାହି ସମ୍ପାଦକ ନରେନ୍ଦ୍ର କୁମାର ମହାନ୍ତି, ମାର୍କଣ୍ଡେଶ୍ୱର ସାହି ସଦସ୍ୟ ରବି ନାରାୟଣ ଦାସ,ହରଚଣ୍ଡି ସାହି ସମ୍ପାଦକ ନାରାୟଣ ମେକାପ, କୁଣ୍ଢେଇ ବେଣ୍ଟ ସାହି ସମ୍ପାଦକ ଜଗନ୍ନାଥ ମହାପାତ୍ର,ପ୍ରମୁଖ ଯୋଗ ଦେଇଥିଲେ।
