Home ଓଡ଼ିଶା ବଜ୍ରାଘାତରେ ବୃଦ୍ଧ ଗୁରୁତର : ଡାକ୍ତରଖାନାରେ ଚିକିତ୍ସିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ )ପାଟଣାଗଡ଼ :- ପାଟଣାଗଡ଼ ଥାନା କେନ୍ଦୁମୁଣ୍ଡି ପଞ୍ଚାୟତ ବଗଲାବନ୍ଦ ଗାଁ ର ଜଣେ ବୃଦ୍ଧ ବଜ୍ରାଘାତରେ ଗୁରୁତର ହୋଇ ଉପଖଣ୍ଡ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗୁରୁତର ବୃଦ୍ଧ ଜଣକ ହେଲେ ପବିତ୍ର ଭୂଏ ( ୬୨) ସୂଚନା ମୁତାବକ ଗାଁ ର ଅନିତ ଦୂରରେ ଥିବା ତାଙ୍କ ଚାଷ ଜମି କୁ ପବିତ୍ର କାମ କରିବାକୁ ଯାଇ ଥିଲେ । ଅଦିନିଆ ବର୍ଷା ଯୋଗୁଁ ପରାଶର ଏକ ଗଛମୂଳରେ ଲୁଚି ରହିଥିଲେ । ହଠାତ୍ ବଜ୍ରାଘାତ ଯୋଗୁଁ ପବିତ୍ର ସେହି ଗଛ ମୂଳରେ ଅଚେତ ଅବସ୍ଥାରେ ପଡ଼ିରହିଥିଲେ । ପରାଶର ଙ୍କ ଜମି କୁ ଲାଗି ରହିଥିବା ଆଉଜଣେ ଚାଷି ବର୍ଷା କମିବା ପରେ ସେହି ରାସ୍ତା ଦେଇ ଗାଁ କୁ ଫେରୁଥିବା ବେଳେ ପରାଶର ଗଛ ମୂଳେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଉକ୍ତ ଚାଷି ଜଣକ ପବିତ୍ର ଙ୍କ ପରିବାର ବର୍ଗଙ୍କୁ ଖବର ଦେଇଥିଲେ । ପରିବାରବର୍ଗ ପହଞ୍ଚି ଆମୁଲେନ୍ସ ଯୋଗେ ଅଚେତ ଅବସ୍ଥାରେ ପବିତ୍ର ଙ୍କୁ ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ପବିତ୍ର ଙ୍କ ଚେତା ଫେରିଥିବା ବେଳେ ବର୍ତ୍ତମାନ ସେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ତାଙ୍କ ପରିବାର ଲୋକଙ୍କଠାରୁ ଜଣାପଡିଛି । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026