Home ଓଡ଼ିଶା ବାବା ଚନ୍ଦନେଶ୍ୱରଙ୍କ ଉପରେ ନିର୍ମାଣ ହେବ ପ୍ରାମାଣିକ ଚଳଚ୍ଚିତ୍ର ‘ଚକଡ ମେଳା’ ଓଡିଶା କଳା ସଂସ୍କୃତି ମନୋରଞ୍ଜନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ବାବା ଚନ୍ଦନେଶ୍ୱରଙ୍କ ଉପରେ ନିର୍ମାଣ ହେବ ପ୍ରାମାଣିକ ଚଳଚ୍ଚିତ୍ର ‘ଚକଡ ମେଳା’ ୨ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ )ବାଲେଶ୍ୱର :- ବାବା ଚନ୍ଦନେଶ୍ୱରଙ୍କ ପୌରାଣିକ କଥାବସ୍ତୁ, ପରମ୍ପରା ଏବଂ ଐତିହ୍ୟକୁ ନେଇ ନିର୍ମାଣ ହେବାକୁ ଯାଉଛି ପ୍ରାମାଣିକ ଚଳଚ୍ଚିତ୍ର ‘ଚଡକ ମେଳା’ । ଆଜି ଉତ୍କଳ ଦିବସ ଅବସରରେ ଏହାର ଶୁଭ ମହୁରତ ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଜିଲ୍ଲାର ସୁଯୋଗ୍ୟ ସନ୍ତାନ, ଏଣ୍ଟରଟେନମେଣ୍ଟ ଦୁନିଆର ଟେକନିକାଲ ଗୁରୁ ଲଳିତେନ୍ଦୁ ଦାସଙ୍କ ପ୍ରଯୋଜନା ଏବଂ ନିର୍ଦ୍ଦେଶନାରେ ନିର୍ମିତ ହେବାକୁ ଯାଉଛି ଏହି ପ୍ରାମାଣିକ ଚଳଚ୍ଚିତ୍ର ‘ଚଡକ ମେଳା’ । ଚଳଚ୍ଚିତ୍ର ନିର୍ମାଣର ପୃଷ୍ଠପୋଷକତାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିଥିବାରୁ ଡା. ଲଲାଟେନ୍ଦୁ ଦାସ ଏବଂ ସୁବାଷ ଦାସଙ୍କୁ ପ୍ରଯୋଜନା ସଂସ୍ଥା ପକ୍ଷରୁ କୃତଜ୍ଞତା ଜଣାଯାଇଛି । ଏଥିରେ ବୈଷୟିକ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଚନ୍ଦନ ଜାନା । ଏହି ପ୍ରାମାଣିକ ଚଳଚ୍ଚିତ୍ରରେ ଶ୍ରୀକାନ୍ତ ବେହେରା ଏବଂ ଅଞ୍ଜନ ଜାନା କ୍ୟାମେରାମ୍ୟାନ ଭାବେ ଦାୟିତ୍ୱ ସମ୍ଭାଳୁଥିବାବେଳେ ପ୍ରଡକସନ୍ ହେଡ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ରଞ୍ଜନ ଦେ । ଚଳଚ୍ଚିତ୍ର ସମ୍ବନ୍ଧୀୟ ସମସ୍ତ ପ୍ରଚାର ପ୍ରସାର ଦାୟିତ୍ୱରେ ରହିଛନ୍ତି ରାକେଶ ଦିକ୍ଷିତ । ସାମ୍ବାଦିକ ସୁବାଷ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଶୁଭ ମହୁରତ ଅବସରରେ ଭୋଗରାଇ ତହସିଲଦାର ସୁଶାନ୍ତ ପଟ୍ଟନାୟକ, ଭୋଗରାଇ ଅତିରିକ୍ତ ତହସିଲଦାର ଗଦାଧର ସେଠୀ, ବ୍ଲକ ଅଧ୍ୟକ୍ଷ ପ୍ରବିର ଗିରି, ମନ୍ଦିର ଟ୍ରଷ୍ଟ ମୌରସୀ ତପନ କୁମାର ପଣ୍ଡା ଏବଂ ତାଙ୍କ ସହିତ ମିହିର ପଣ୍ଡା, ଦିଲ୍ଲୀପ ପଣ୍ଡା, ସୁବାଶିଷ ଦାସ, ଜିଲ୍ଲା ପରିଷଦ ସଭ୍ୟ ପିନା ମହାନ୍ତି, ସମାଜସେବୀ ଦିଲ୍ଲୀପ କାମିଳା, ଆଇନଜୀବୀ ଭୁବନାନନ୍ଦ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ପରିଷଦ ଅଶୋକ ସାହୁ, ପୂର୍ବତନ ଚେୟାରମ୍ୟାନ ସବିତା ବେହେରା, ଡା. ଲଲାଟେନ୍ଦୁ ଦାସ, ସାମ୍ବାଦିକ ବିଶମ୍ବର ଦାସ, ଅମର ମହାନ୍ତି, ବିକାଶ ପାଣିଗ୍ରାହୀ, ରାଧାକୃଷ୍ଣ ମହାନ୍ତି ଏବଂ ଚଳଚ୍ଚିତ୍ର ୟୁନିଟର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଚଡକ ମେଳାର ମାହାତ୍ମ୍ୟ ସମଗ୍ର ବିଶ୍ୱରେ ପହଂଚାଇବା ସହ ଆମ ରାଜ୍ୟର ପରମ୍ପରା, ଏତିହ୍ୟ, କିମ୍ବଦନ୍ତୀ ଏବଂ ଲୋକକଥାକୁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ଦେବାର ଏକ ଉଦ୍ୟମ ହେଉଛି ପ୍ରାମାଣିକ ଚଳଚ୍ଚିତ୍ର ‘ଚଡକ ମେଳା’ । ‘ଚଡକ ମେଳା’ ସମ୍ବନ୍ଧୀୟ ତଥ୍ୟ – ଉତର ଓଡିଶାର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ପୀଠ । ବାବାଙ୍କ ଉତ୍ପତିକାଳ ସଠିକ ଭାବେ ନିରୂପଣ କରିବା ଅସମ୍ଭବ । ମାତ୍ର କିମ୍ବଦନ୍ତୀ କହେ ଗ୍ରାମର କୂଳବଧୂ ଲଛମୀର ଶୈବଭକ୍ତି ଏବଂ ତପୋବଳରେ ବାବାଙ୍କ ଅପୂର୍ବ ଦୈବ୍ୟ ଘଟଣାରେ ବାବା ଚନ୍ଦନେଶ୍ୱରଙ୍କ ଆର୍ବିଭାବ । ବାବା ଚନ୍ଦନେଶ୍ୱର ଘଂଚ ହୁଗୁଳା ଜଙ୍ଗଲ ମଧ୍ୟରେ ଆର୍ବିଭୂତ ହୋଇଥିବାରୁ ସେହି ଗ୍ରାମର ନାମ ହୁଗୁଳୀ । ବାବଙ୍କ ପୀଠର ନାମକରଣକୁ ନେଇ ଅନେକ ଲୋକକଥା ରହିଛି । ପ୍ରତ୍ୟେକବର୍ଷ ଚୈତ୍ର ମାସରେ ଦୀର୍ଘ ୧୩ ଦିନ ବ୍ୟାପି ଚଡକ ମେଳା ଅନୁଷ୍ଠିତ ହୋଇଥାଏ । ଏହି ଅବସରରେ ଓଡିଶା ସମେତ ବଙ୍ଗ, ବିହାର ଏବଂ ଛତିଶଗଡରୁ ବହୁ ସଂଖ୍ୟରେ ଭକ୍ତ ଏଠାକୁ ଆସି ବ୍ରତଧାରଣ କରଥାଆନ୍ତି । ପ୍ରଥା ଅନୁଯାୟୀ ଅଧିବାସ ଓ ମହାଦୀପ ପ୍ରଜ୍ୱଳନ ପୂର୍ବକ ଚନ୍ଦନେଶ୍ୱର ଚଡକ ଉତ୍ସବରେ ନାନ୍ଦ ପଡେ ଚୈତ୍ରମାସ ତେରଦିନରେ । ପରେ ମାସର ୧୭ ଦିନରେ ବନ୍ଧା ଭକ୍ତମାନେ ପଇତା ଧାରଣ କରନ୍ତି । ତେବେ ସେହିଦିନ ଶନିବାର କିମ୍ବା ମଙ୍ଗଳବାର ହୋଇନଥିଲେ, ଏକ ଅକଟା ବାଉଁଶଝାଡରୁ ବାଡ ବାଉଁଶ ସଂଗ୍ରହ କରାଯାଏ । ଏହି ବାଉଁଶ ଧର୍ମଦଣ୍ଡ ବା ଧ୍ୱଜଦଣ୍ଡ ରୂପେ ବ୍ୟବହୃତ ହୁଏ । ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଚଡକ ମେଳାକୁ ୩ ଭାଗର ବିଭକ୍ତ କରାଯାଇଛି । ପ୍ରଥମରେ ‘କାମିନା ବିବାହ’, ଦ୍ୱିତୀୟରେ ‘ନୀଳପର୍ବ’ ଏବଂ ତୃତୀୟରେ ‘ପାଟପର୍ବ’ ଅନୁଷ୍ଠିତ ହୁଏ Categories: ଓଡ଼ିଶା, ବାଲେଶ୍ଵର, ହୋମ୍ Related Content ହିରୋସୀମା ଦିବସ ପାଳିତ, ଶାନ୍ତି ର ବାର୍ତ୍ତା ବଣ୍ଟନ by Proprietor Abhimanyu Maharana August 7, 2026 ବ୍ରହ୍ମାନନ୍ଦ ସ୍ବାଇଁଙ୍କ ପରଲୋକ by Proprietor Abhimanyu Maharana August 7, 2026 ମାଲକାନଗିରି ଜିଲ୍ଲା ଗସ୍ତରେ ଆଇପିଆର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ : କାର୍ଯ୍ୟର ସମୀକ୍ଷା ସହ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ by Proprietor Abhimanyu Maharana August 7, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି by Proprietor Abhimanyu Maharana August 7, 2026 Vedanta Aluminium Coal Mines Strengthen Rural Education Across Jharsuguda and Sundargarh Districts Through Project Vidya by Proprietor Abhimanyu Maharana August 7, 2026 ମାଟିଆପଡା ଓଭରବ୍ରିଜରେ ଅଧିକ ଲାଇଟ ଓ ସିସିଟିଭି ଲଗାଯାଉ by Proprietor Abhimanyu Maharana August 7, 2026