Home ଓଡ଼ିଶା ବିଜୁ ପଟନାୟକ ଟାଉନ ହଲ ଠାରେ ବରଗଡ ଜିଲ୍ଲା ସ୍ତରୀୟ ଓଡିଶା ଦିବସ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ସ୍ଥାନୀୟ ବିଜୁ ପଟନାୟକ ଟାଉନ ହଲ ଠାରେ ବରଗଡ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ଜିଲ୍ଲାପାଳ ଶ୍ରୀମତୀ ମୋନିଷl ବାନାର୍ଜୀ ଙ୍କ ଅଧକ୍ଷତା ରେ ପାଳିତ ହୋଇ ଯାଇଛି l ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ବରପୁତ୍ର ମାନଙ୍କ ଫୋଟୋଚିତ୍ର ରେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବ ର ଶୁଭାରମ୍ଭ କରି ଥିଲେ l ତାଙ୍କ ବକ୍ତବ୍ୟ ରେ ସେ କହିଥିଲେ ଆମେ ସବୁ ଭାଷା ରେ ପାଣ୍ଡିତ୍ୟ ଅର୍ଜନ କରିବା ଭଲ କିନ୍ତୁ ନିଜ ମାତୃଭାଷା ଓଡ଼ିଆକୁ ଭଲ ପାଇବା ଓ ତାର ସୁରକ୍ଷା ଓ ବିକାଶ ଦିଗରେ ଚେଷ୍ଟା କରିବା l ଶ୍ରୀ ଚୂଡ଼ାମଣି ରଥ , ଅଧ୍ୟାପକ ଦଧିବାମନ କଲେଜ ଭଟଲି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ରେ ଓଡିଶା ର ବରପୁତ୍ର ମାନଙ୍କ ଭୂମିକା ସମ୍ପର୍କ ରେ ଆଲୋକପାତ କରିବା ସହିତ ସ୍ୱତନ୍ତ୍ର ଜିଲ୍ଲା ଭାବରେ ବରଗଡ ର କଳା ସଂସ୍କୃତି ଓ ପରମ୍ପରା ବିଶ୍ୱ ରେ ନିଜର ପରିଚୟ ସୃଷ୍ଟି କରିଛି ଓ ଏହାକୁ ବିକାଶ ଦିଗରେ ଆଗେଇ ନେବା ପାଇଁ ସମସ୍ତଙ୍କ ର ଦାୟିତ୍ୱ ରହିଛି ବୋଲି କହିଥିଲେ l ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ବରଗଡ ର ବିକାଶ ଧାରା ଉପରେ ଆଲୋଚନା କରି ଯୁବ ପିଢ଼ି, ଛାତ୍ରଛାତ୍ରୀଙ୍କୁ ପାଠ ପଢି ଭଲ ମଣିଷ ହେବାପାଇଁ ପ୍ରେରଣା ଦେଇଥିଲେ l ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l ରାଜ୍ୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ଟଙ୍କଧର ପଧାନ ଲେବିଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ଶ୍ରୀ ଦ୍ୱାଦଶ ପଧାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା l ବିକାଶ ଆବାସିକ ବିଦ୍ୟାଳୟ ର ଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିବା ବେଳେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନେ ଉଦଯାପନୀ ସଂଗୀତ ଜନ୍ମଦାତ୍ରୀ ମାତୃଭୂମି ପରିବେଷଣ କରିଥିଲେ l ଏହା ପରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଘୁଡୁକା ନୃତ୍ୟ ଓ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା l ପ୍ରଭାତ ରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ଦେଶବନ୍ଦନା ଗୀତି ଗାନ କରାଯିବା ସହିତ ସକାଳେ ଅତିଥିମାନେ ସହର ର ବିଭିନ୍ନ ସ୍ଥାନ ରେ ଅବସ୍ଥାପିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ l ଏହି ଦିବସ ପାଳନ ଉପଲକ୍ଷେ ଜିଲ୍ଲା ର ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ, ଓ ପ୍ରତିଷ୍ଠାନ ଗୁଡିକ ସୁନ୍ଦର ଆଲୋକ ମାଳାରେ ସଜ୍ଜିତ ହୋଇଥିଲା l ସହର ର ବିଭିନ୍ନ ମୁଖ୍ୟ ମାର୍ଗ ରେ ଆକର୍ଷଣୀୟ ତୋରଣ କରାଯାଇଥିଲା l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ସମସ୍ତ କାର୍ଯ୍ୟକ୍ରମ ର ସଂଯୋଜନା କରାଯାଇଥିଲା l Categories: ଓଡ଼ିଶା, ବରଗଡ଼, ହୋମ୍ Related Content Padma Shri Filmmaker Dr.Nila Madhab Panda Appointed Member of Central Board of Film Certification (CBFC) by Proprietor Abhimanyu Maharana September 17, 2026 ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି ୨୦୨୩ ରେ ଆରମ୍ଭ ହୋଇଥିବା ଏହି ବହୁସ୍ତରୀୟ ପଦକ୍ଷେପ ୫୦୦୦ ରୁ ଅଧିକ ଗ୍ରାମବାସୀଙ୍କୁ ସିଧାସଳଖ ଉପକୃତ କରିଛି by Proprietor Abhimanyu Maharana September 17, 2026 Vedanta Aluminium's Project Sangam Strengthens Irrigation Access in Rural Kalahandi by Proprietor Abhimanyu Maharana September 17, 2026 AM/NS India Secures Landmark Dual BIS Certifications, Strengthening Market Leadership and Driving Import Substitution in Specialised Steel by Proprietor Abhimanyu Maharana September 17, 2026 ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026 ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026