Home ଓଡ଼ିଶା ବିଜୁ ପଟନାୟକ ଟାଉନ ହଲ ଠାରେ ବରଗଡ ଜିଲ୍ଲା ସ୍ତରୀୟ ଓଡିଶା ଦିବସ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ସ୍ଥାନୀୟ ବିଜୁ ପଟନାୟକ ଟାଉନ ହଲ ଠାରେ ବରଗଡ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ଜିଲ୍ଲାପାଳ ଶ୍ରୀମତୀ ମୋନିଷl ବାନାର୍ଜୀ ଙ୍କ ଅଧକ୍ଷତା ରେ ପାଳିତ ହୋଇ ଯାଇଛି l ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ବରପୁତ୍ର ମାନଙ୍କ ଫୋଟୋଚିତ୍ର ରେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବ ର ଶୁଭାରମ୍ଭ କରି ଥିଲେ l ତାଙ୍କ ବକ୍ତବ୍ୟ ରେ ସେ କହିଥିଲେ ଆମେ ସବୁ ଭାଷା ରେ ପାଣ୍ଡିତ୍ୟ ଅର୍ଜନ କରିବା ଭଲ କିନ୍ତୁ ନିଜ ମାତୃଭାଷା ଓଡ଼ିଆକୁ ଭଲ ପାଇବା ଓ ତାର ସୁରକ୍ଷା ଓ ବିକାଶ ଦିଗରେ ଚେଷ୍ଟା କରିବା l ଶ୍ରୀ ଚୂଡ଼ାମଣି ରଥ , ଅଧ୍ୟାପକ ଦଧିବାମନ କଲେଜ ଭଟଲି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ରେ ଓଡିଶା ର ବରପୁତ୍ର ମାନଙ୍କ ଭୂମିକା ସମ୍ପର୍କ ରେ ଆଲୋକପାତ କରିବା ସହିତ ସ୍ୱତନ୍ତ୍ର ଜିଲ୍ଲା ଭାବରେ ବରଗଡ ର କଳା ସଂସ୍କୃତି ଓ ପରମ୍ପରା ବିଶ୍ୱ ରେ ନିଜର ପରିଚୟ ସୃଷ୍ଟି କରିଛି ଓ ଏହାକୁ ବିକାଶ ଦିଗରେ ଆଗେଇ ନେବା ପାଇଁ ସମସ୍ତଙ୍କ ର ଦାୟିତ୍ୱ ରହିଛି ବୋଲି କହିଥିଲେ l ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ବରଗଡ ର ବିକାଶ ଧାରା ଉପରେ ଆଲୋଚନା କରି ଯୁବ ପିଢ଼ି, ଛାତ୍ରଛାତ୍ରୀଙ୍କୁ ପାଠ ପଢି ଭଲ ମଣିଷ ହେବାପାଇଁ ପ୍ରେରଣା ଦେଇଥିଲେ l ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l ରାଜ୍ୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ଟଙ୍କଧର ପଧାନ ଲେବିଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ଶ୍ରୀ ଦ୍ୱାଦଶ ପଧାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା l ବିକାଶ ଆବାସିକ ବିଦ୍ୟାଳୟ ର ଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିବା ବେଳେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନେ ଉଦଯାପନୀ ସଂଗୀତ ଜନ୍ମଦାତ୍ରୀ ମାତୃଭୂମି ପରିବେଷଣ କରିଥିଲେ l ଏହା ପରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଘୁଡୁକା ନୃତ୍ୟ ଓ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା l ପ୍ରଭାତ ରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ଦେଶବନ୍ଦନା ଗୀତି ଗାନ କରାଯିବା ସହିତ ସକାଳେ ଅତିଥିମାନେ ସହର ର ବିଭିନ୍ନ ସ୍ଥାନ ରେ ଅବସ୍ଥାପିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ l ଏହି ଦିବସ ପାଳନ ଉପଲକ୍ଷେ ଜିଲ୍ଲା ର ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ, ଓ ପ୍ରତିଷ୍ଠାନ ଗୁଡିକ ସୁନ୍ଦର ଆଲୋକ ମାଳାରେ ସଜ୍ଜିତ ହୋଇଥିଲା l ସହର ର ବିଭିନ୍ନ ମୁଖ୍ୟ ମାର୍ଗ ରେ ଆକର୍ଷଣୀୟ ତୋରଣ କରାଯାଇଥିଲା l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ସମସ୍ତ କାର୍ଯ୍ୟକ୍ରମ ର ସଂଯୋଜନା କରାଯାଇଥିଲା l Categories: ଓଡ଼ିଶା, ବରଗଡ଼, ହୋମ୍ Related Content ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ମାଲକାନଗିରିରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା : ୬୨ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ by Proprietor Abhimanyu Maharana November 1, 2026 ଗାଁ ସମ୍ପୂର୍ଣ ଅନ୍ଧାର, ବିପନ୍ନଙ୍କୁ ମିଳୁଛି ଗୋଳିଆ ପାଣି by Proprietor Abhimanyu Maharana November 1, 2026 ଶିଶୁମାନଙ୍କ ପାଇଁ ମୌଳିକ ଭେଣ୍ଟିଲେସନ୍ କର୍ମଶାଳା : ଆଇଏପି ଓଡ଼ିପେଡିକନ୍ ୨୦୨୬ର ଏକ ପ୍ରାକ୍ - ସମ୍ମିଳନୀ କର୍ମଶାଳା by Proprietor Abhimanyu Maharana November 1, 2026 Basic Pediatric Ventilation Workshop – A Pre-Conference Workshop of IAP ODIPEDICON 2026 by Proprietor Abhimanyu Maharana November 1, 2026 ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ କନ୍ଧମାଳ ପ୍ରଶାସନର ତତ୍ପରତା : ରବିବାର ମଧ୍ୟ ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ by Proprietor Abhimanyu Maharana November 1, 2026 ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ by Proprietor Abhimanyu Maharana November 1, 2026