ନିମ୍ନମାନର କାମ ପାଇଁ ଉଦଘାଟିତ ହୋଇଥିବା ବାଙ୍କୀ କଲେଜ ଖେଳ ପଡିଆର ଦର୍ଶକ ଗ୍ୟାଲେରୀ ଭୁଷୁଡିଲା

୧ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ ବାରିକଙ୍କ ରିପୋର୍ଟ :-  ନିମ୍ନମାନର କାର୍ଯ୍ୟ ପାଇଁ ସପ୍ତାହକ ତଳେ ମନ୍ତ୍ରୀ ରୋହିତ ପୂଜାରୀଙ୍କ କରକମଳରେ ଉଦଘାଟିତ ହୋଇଥିବା , କଟକ ଜିଲ୍ଲା ବାଙ୍କୀ ସ୍ୱୟଂ ଶାସିତ ମହିବିଦ୍ୟାଳୟଖେଳପଡିଆର ଦର୍ଶକ ଗ୍ୟାଲେରୀ ଭୁଷିଡି ପଡ଼ିଥିବା ଦେଖବାକୁ ମିଳିଛି । ଅଧିକ ପିସିସି କାରବାର ଯୋଗୁଁ ଏଭଳି ନିମ୍ନମାନର କାମ ହୋଇଛି ବୋଲି ବାଙ୍କୀ ଚର୍ଚ୍ଚା ହେଉଛି । ନିର୍ମାଣ କାର୍ଯ୍ୟ ଚାଲିଥିଲା ବେଳେ କନିଷ୍ଠ ଯନ୍ତ୍ରୀ ଏହି କାର୍ଯ୍ୟର ତଦାରଖ କରିବାପାଇଁ ଦିନଟିଏ ଘଟଣା ସ୍ଥଳକୁ ଯାଇନାହାନ୍ତି ବୋଲି ଆଲୋଚନା ହେଉଛି । ବାଙ୍କୀର ବିଧାୟକ ଏନେଇ ଚୁପ ରହିଥିବା ଅଞ୍ଚଳ ବାସୀ କହିଛନ୍ତି । ଏନେଇ ଅବଶିଷ୍ଟ କାର୍ଯ୍ୟର ସ୍ଥାୟୀତ୍ୱ ନେଇ ପ୍ରଶ୍ନ ଉଠୁଛି । ଏହି କାର୍ଯ୍ୟର ନିରପେକ୍ଷ ତଦନ୍ତ କରାଯାଇ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ କଣ କାର୍ଯ୍ୟ।ନୁଷ୍ଠାନ ନିଆଯାଉଛି, ସେବିଷୟରେ ଜାଣିବା ପାଇଁ ବାଙ୍କୀ ଅଧିବାସୀ ଅପେକ୍ଷା କରିଛନ୍ତି ।

Exit mobile version