
୨ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଦିଲ୍ଲୀ :- ବିଶ୍ଵ ଭରି ଓଡ଼ିଆଙ୍କୁ ଏକଜୁଟ କରିବାରେ ୱାର୍ଲଡ୍ ଓଡ଼ିଶା ସୋସାଇଟି(ୱାଓସୋ) ଉତ୍ତମ କାର୍ଯ୍ୟ କରୁଥିବା ବିଶିଷ୍ଟ ବ୍ୟକ୍ତି ମାନେ ମତପ୍ରକାଶ କରିଛନ୍ତି। ୱାଓସୋ ତରଫରୁ ଉଭୟ ବାସ୍ତବ ଓ ଆଭାସୀ ମଞ୍ଚରେ ଆୟୋଜିତ ଏକ ବନ୍ଧୁ ମିଳନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟସଭା ସାଂସଦ ସୁଜୀତ କୁମାର ୱାଓସୋ, ବହୁ ସଂଖ୍ୟକ ଦେଶର ପ୍ରବାସୀ ଓଡ଼ିଆମାନଙ୍କୁ ଯୋଡ଼ିବାରେ ସକ୍ଷମ ହୋଇଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ। ବର୍ତ୍ତମାନ ବିଶ୍ଵ ଦରବାରରେ ଓଡ଼ିଶାର ବୈଭବ ଗୁଡ଼ିକର ଉପଯୁକ୍ତ ”ବ୍ରାଣ୍ଡିଂ” କରାଯିବI ସମୟର ଆହ୍ବାନ ବୋଲି ଶ୍ରୀ କୁମାର ଦର୍ଶାଇଥିଲେ। ସମ୍ମାନୀତ ଅତିଥି ରାଷ୍ଟ୍ରୀୟ ସ୍ମାରକ ପ୍ରାଧିକରଣର ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବସା, ପ୍ରବାସରେ ବସବାସ କରୁଥିବା ଓଡ଼ିଆମାନେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ନେଇ ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଥିଲେ। ନୂଆଦିଲ୍ଲୀର ପ୍ରେସକ୍ଲବ ଅଫ ଇଣ୍ଡିଆଠାରେ ୱାଓସୋର ଅଧ୍ୟକ୍ଷ କିଶୋର ଦ୍ବିବେଦୀଙ୍କର ଜନ୍ମଦିନ ଉପଲକ୍ଷେ ଅନୁଷ୍ଠିତ ସମ୍ବର୍ଦ୍ଧନା ସମାରୋହରେ ସାମିଲ ହୋଇ ଛତିଶଗଡ଼ର ପୂର୍ବତନ ମୁଖ୍ୟ ସୂଚନା ଆୟୁକ୍ତ ମନ୍ମଥ କୁମାର ରାଉତ, ସାରା ଜଗତର ଓଡ଼ିଆ ମାନେ ଉଚ୍ଚମନା ହେବା ସାଙ୍ଗକୁ ୱାଓସୋ ମଞ୍ଚରେ ଭାତୃତ୍ୱର ବନ୍ଧନକୁ ଦୃଢୀଭୂତ କରିବାକୁ ପରାମର୍ଶ ଦେଇଥିଲେ। ହାଇବ୍ରିଡ ସଭାକୁ ସମ୍ବୋଧନ କରି ୱାଓସୋର ଆନ୍ତର୍ଜାତିକ ଅଧ୍ୟକ୍ଷ କିଶୋର ଦ୍ବିବେଦୀ ତାଞ୍ଜାନିଆ, ଇଥିଓପିଆ ଏବଂ ଜର୍ମାନୀ ଆଦି ରାଷ୍ଟ୍ର ଗୁଡ଼ିକର ଯୋଗଦାନ ଫଳରେ ୱାର୍ଲଡ଼ ଓଡ଼ିଶା ସୋସାଇଟିର ସଦସ୍ୟ ଦେଶଙ୍କ ସଂଖ୍ୟା ସତୁରିକୁ ବୃଦ୍ଧି ପାଇଥିବା ଘୋଷଣା କରିଥିଲେ। ୱାଓସୋର ପ୍ରତିଷ୍ଠାତ୍ରୀ ଡ଼ଃ ଅରୁନ୍ଧତୀ ଦେବୀ, ୨୦୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠନର ଶତାବ୍ଦୀ ପାଳନ କାଳରେ ୱାଓସୋ ଏକ ସରସ, ସୁନ୍ଦର, ନୂତନ ଓ ସୁନାର ଓଡ଼ିଶା ଗଠନ କରିବାର ସ୍ବପ୍ନକୁ ସାକାର କରିବାକୁ ବଦ୍ଧପରିକର ବୋଲି ଦମ୍ଭ ପ୍ରକାଶ କରିଥିଲେ। ଏହି ସମାବେଶରେ ଶତାଧିକ ପ୍ରବାସୀ ଓଡ଼ିଆ ନେତୃବୃନ୍ଦ ଏବଂ ବିଭିନ୍ନ ଦେଶର ୱାଓସୋର ପ୍ରତିନିଧିମାନେ ଯୋଗ ଦେଇ ୱାର୍ଲ୍ଡଡ୍ ଓଡ଼ିଶା ସୋସାଇଟିର ସାଂଗଠାନିକ ଭିତ୍ତିକୁ ଅଧିକ ମଜଭୁତ କରିବା, ୨୦୩୬ ମସିହା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବା ଏବଂ ସମଗ୍ର ପୃଥିବୀରେ ଓଡ଼ିଆ ଅସ୍ମିତାର ଧ୍ଵଜାକୁ ଗର୍ବର ସହିତ ଉଡ୍ଡIୟନ କରାଯିବା ଉପରେ ଜୋର ଦେଇଥିଲେ। ଏହି ଅବସରରେ ପ୍ରବାସରେ ଜଗନ୍ନାଥ ମନ୍ଦିର ନିର୍ମାଣ କରି ଉତ୍କଳୀୟ ସଂସ୍କୃତିର ପ୍ରଚାର ଓ ପ୍ରସାର କରୁଥିବା ଯୋଗୁଁ ଅହମ୍ମଦାବାଦ ର ବଦ୍ରି ମହାପାତ୍ର, ରାୟପୁରର ପୁରନ୍ଦର ମିଶ୍ର ଏବଂ ନୂଆଦିଲ୍ଲୀର ପବନ ଜୈନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସମାଜରେ ଉତ୍କୃଷ୍ଟ ଧରଣର ସେବା ପ୍ରଦାନ ପାଇଁ ୱାଓସୋ ତରଫରୁ ଆଭାସୀ ଓ ବାସ୍ତବ ଢଙ୍ଗରେ ସମ୍ବର୍ଦ୍ଧିତ କରାଯାଇଥିବା ଅନ୍ୟ ପ୍ରତିଭାବାନ୍ ବ୍ୟକ୍ତି ମାନଙ୍କ ମଧ୍ୟରେ ବରିଷ୍ଠ ପ୍ରଶାସକ ମନ୍ମଥ କୁମାର ରାଉତ, ଏନଟିପିସିର ପୂର୍ବତନ ନିର୍ଦ୍ଦେଶକ କୁଳମଣି ବିଶ୍ଵାଳ, ପ୍ରଖ୍ୟାତ ଯକୃତ ବିଶେଷଜ୍ଞ ତଥା ସୁଲଭ ସୁସ୍ଥତା ଉପଲବ୍ଧ ସଂସ୍ଥା “ସାଥୀ”ର ସଂସ୍ଥାପକ ଡଃ ଅଶୋକ ଚୌଧୁରୀ,
